ଶିବ ବିବାହ ସମ୍ପନ୍ନ

କୋଣାର୍କ (ଜୁଗାବ୍ଦ ନ୍ୟୁଜ୍‍): ରାମଚଣ୍ଡୀ ଥାନା ଅଧିନ ପ୍ରସିଦ୍ଧ ଶୈବ ପୀଠ ବାବା ବାଲି କପିଳେଶ୍ୱର ପୀଠରେ ନିରାଡ଼ମ୍ବରଭାବେ ରୀତିନୀତି ଅନୁଯାୟୀ ଶିବ ବିବାହ ଅନୁଷ୍ଠିତ ହୋଇଯାଇଛି । ପ୍ରାତଃରୁ ପୂଜକମାନେ ବାବା ବାଲିକପିଳେଶ୍ୱରଙ୍କୁ ରୀତିନୀତି ଅନୁଯାୟୀ ଗଙ୍ଗା ଜଳରେ ସ୍ନାନ କରିବା ପରେ ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ଶେଷ କରିଥିଲେ । ମଧ୍ୟାହ୍ନରେ ଖେଚୁଡ଼ି ଭୋଗ ପରେ ବାବା ବାଲି କପିଳେଶ୍ୱରଙ୍କୁ ସୁସଜ୍ଜିତ ବିମାନରେ ମନ୍ଦିର ବେଢ଼ା ପରିକ୍ରମା କରାଯାଇଥିଲା । ଏହି ସମୟରେ ସଂକୀର୍ତ୍ତନ, ଘଣ୍ଟ ମର୍ଦ୍ଦଳ ସହ ହରିବୋଲ ହୁଳହୁଳିରେ ପୀଠ ପ୍ରକମ୍ପିତ ହୋଇ ଉଠିଥିଲା । ଏହି କାର୍ଯ୍ୟକ୍ରମକୁ ପୂଜକ କୁନି ପଣ୍ଡା, ଗଗନ ନାୟକ, ପ୍ରକାଶ ଚନ୍ଦ୍ର ପଣ୍ଡା, ଚିତ୍ରସେନ ପଣ୍ଡା, ସୁରେଶ ଚନ୍ଦ୍ର ପଣ୍ଡା, ମାନସ କୁମାର ପଣ୍ଡା ଓ ସୁବାସ ନାୟକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ