ଶିବ ଶମ୍ଭୁଙ୍କ ପ୍ରିୟ ବେଲ ପତ୍ର
ସନ୍ତୋଷ କୁମାର ଦାଶ
ଆରମ୍ଭ ହୋଇ ଯାଇଛି ପବିତ୍ର ଶ୍ରାବଣ ମାସ। ଏହି ସମୟରେ ସାରା ଜଗତର ପାଳନ କର୍ତ୍ତା ଶ୍ରୀ ହରି ବିଷ୍ଣୁ ଶୟନ କରିଥିବାରୁ ଶ୍ରୀ ଶିବଶଙ୍କର ତାଙ୍କ ଦାୟିତ୍ଵ ନିର୍ବାହ କରନ୍ତି ବୋଲି ବିଭିନ୍ନ ପୁରାଣ ରେ ଉଲ୍ଲେଖ ରହିଛି। ଶ୍ରାବଣ ମାସ ଶିବ ଶଙ୍କରଙ୍କ ର ଅତି ପ୍ରିୟ ମାସ। କିମ୍ବଦନ୍ତୀ କୁହେ ଯେ, ଏହି ମାସ ରେ ମାତା ପାର୍ବତୀ ବର ଭାବେ ଶିବ ଶଙ୍କର ଙ୍କୁ ପାଇବା ପାଇଁ ବ୍ରତ ରଖି ଘୋରତପସ୍ୟାକରିଥିଲେ।
ସେଥିପାଇଁ ଶ୍ରାବଣ ମାସ ଶିବ ଶଙ୍କର ଙ୍କ ଅତି ପ୍ରିୟ ମାସ। ଆଉ ଏକ କିମ୍ବଦନ୍ତୀ ଅନୁସାରେ ସମୁଦ୍ର ମନ୍ଥନ ବେଳେ ସମୁଦ୍ର ଗର୍ଭ ରୁ ବାହାରିଥିବା
ହଳାହଳ ବିଷ ପ୍ରଭାବରୁ ସାରା ଜଗତକୁ ରକ୍ଷା କରିବା ପାଇଁ ଶିବ ଶଙ୍କର ନିଜେ ସେହି ହଳାହଳ ବିଷ କୁ ପାନ କରିଥିଲେ। ହଳାହଳ ବିଷ ପ୍ରଭାବରେ ତାଙ୍କ ଶରୀରରେ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଥିଲା। ଏହି ଉତ୍ତାପ କୁ ହ୍ରାସ କରିବାକୁ ଆଉ ହଳାହଳ ବିଷ ଜ୍ଵାଳା ର ଉପଶମ ପାଇଁ ଶ୍ରୀ ବିଷ୍ଣୁ ନାରାୟଣ ଙ୍କ ପରାମର୍ଶ କ୍ରମେ ଦେବତା ମାନେ ଶିବ ଶଙ୍କର ଙ୍କ ମସ୍ତକ ଉପରେ ପାଣି ଢ଼ାଳିଥିଲେ। ଏହା ଦ୍ବାରା ଶିବ ଶଙ୍କର ଙ୍କୁ ଶୀତଳତା ମିଳିଥିଲା। ଏଣୁ ଏହି ମାସ ର ସୋମବାର ଦିନ ଶିବ ଶଙ୍କର ଙ୍କ ମସ୍ତକ ଉପରେ ପାଣି ଲାଗି କଲେ ଶିବ ଶଙ୍କର ପ୍ରଶନ୍ନ ହୋଇ ଭକ୍ତ ର ଅଶେଷ କାମନା ପୂରଣ କରିଥାନ୍ତି। ଶିବ ଶଙ୍କର ଙ୍କର ପ୍ରିୟ ହେଉଛି ବେଲ ଗଛ ର ତ୍ରିଶାଖା ବେଲ ପତ୍ର। ଏହି ବେଲ ଗଛ ସୃଷ୍ଟି ସମ୍ପର୍କ ରେ ଏକ ସୁନ୍ଦର କାହାଣୀ ରହିଛି। ଶ୍ରୀ ହରି ନାରାୟଣ ଙ୍କ ହୃଦୟ ରେ ସବୁବେଳେ ମହାଦେବ ବାସ କରନ୍ତି । ଦେବୀ ଲକ୍ଷ୍ମୀ ଶ୍ରୀ ବିଷ୍ଣୁଙ୍କ ହୃଦୟରେ ସ୍ଥାନ ପାଇବା ପାଇଁ ଅନୁରୋଧ କରିବାରୁ ଶ୍ରୀ ବିଷ୍ଣୁଙ୍କ ଉପଦେଶ କ୍ରମେ ଦେବୀ ଲକ୍ଷ୍ମୀ ମହାଦେବଙ୍କ ଆରାଧନା କଲେ । ଦେବୀଙ୍କ ତପସ୍ୟା କଠୋର ରୁ କଠୋରତର ହେଲା । ମହାଦେବ ଦେବୀ ଲକ୍ଷ୍ମୀଙ୍କ ଭକ୍ତିର ପରୀକ୍ଷା ନେବା ପାଈଁ ୧୦୮ ପଦ୍ମରୁ ଏକ ପଦ୍ମ ଲୁଚେଇ ଦେଲେ । ଶ୍ରୀ ବିଷ୍ଣୁ ଦେବୀ ଲକ୍ଷ୍ମୀଙ୍କ ସ୍ତନକୁ ପଦ୍ମ କଳିକା ର ସୌନ୍ଦର୍ଯ୍ୟ ସହ ତୁଳନା କରୁଥିବାରୁ ଦେବୀ ଲକ୍ଷ୍ମୀ ସେହି କଥା ସ୍ମରଣ କରି ପଦ୍ମ କଳିକା ପରି ନିଜ ସ୍ତନକୁ କାଟି ଶିବଲିଙ୍ଗ ଉପରେ ସମର୍ପଣ କଲେ । ପରମେଶ୍ଵର ମହାଦେବ ଦେବୀ ଲକ୍ଷ୍ମୀଙ୍କ ଉପାସନାରେ ସନ୍ତୁଷ୍ଟ ହୋଇ ତାଙ୍କୁ ଦର୍ଶନ ପ୍ରଦାନ କଲେ ଆଉ ଭକ୍ତିର ପରାକାଷ୍ଠା ସଦୃଶ୍ୟ ହରି ହୃଦୟ ବିହାରିଣୀ ହେବାର ବରଦାନ ପ୍ରଦାନ କଲେ ଏବଂ ଦେବୀ ଯେଉଁ ସ୍ତନ ଭାଗ ଶିବଲିଙ୍ଗ ଠାରେ ଅର୍ପଣ କରିଥିଲେ ମହାଦେବଙ୍କ କୃପାରୁ ତାହା ବେଲ ବୃକ୍ଷରେ ପରିଣତ ହେଲା । ଆଉ ବେଲ ବୃକ୍ଷ ର ତ୍ରିଶାଖା ପତ୍ର ମହାଦେବ ଙ୍କ ଅତି ପ୍ରିୟ ହେବ ବୋଲି ବରଦାନ ପ୍ରଦାନ କଲେ । ତେଣୁ ବେଲ ବୃକ୍ଷକୁ ଶ୍ରୀ ଲକ୍ଷ୍ମୀଙ୍କ ନାମ ଅନୁସାରେ ଶ୍ରୀବୃକ୍ଷ ବୋଲି କୁହାଯାଏ ।ସେହି ଦିନ ଠାରୁ ବେଲ ଗଛ ଦେବ ବୃକ୍ଷ ର ମାନ୍ୟତା ପାଇଲା ଓ ତ୍ରିଶାଖା ବେଲ ପତ୍ର
ଶିବ ଶଙ୍କର ଙ୍କ ର ଅତି ପ୍ରିୟ ପାଲଟିଲା। ଶିବ ଶଙ୍କର ଙ୍କୁ ପୂଜା ସମୟ ରେ କିଛି ନ ଦେଲେ ବି ଯଦି ଲିଙ୍ଗ ଉପରେ ପାଣି ଲାଗି କରି ତ୍ରିଶାଖା ବେଲ ପତ୍ର ଲାଗି କରାଯାଇ ଥାଏ ତେବେ ପ୍ରଭୁ ସନ୍ତୁଷ୍ଟ ହୋଇ ଭକ୍ତ ର ମାନସିକ ପୂରଣ କରିଥାନ୍ତି।
ବେଲ ପତ୍ର ଏପରି ଶୁଦ୍ଧ ଯେ, ଏହାକୁ
ଧୋଇ ବାରମ୍ବାର ଶିବ ଶଙ୍କର ଙ୍କ ମସ୍ତକ ଉପରେ ଲାଗି କରା ଯାଇ ପାରିବ। ଶ୍ରୀ ବିଷ୍ଣୁ ନାରାୟଣ ଙ୍କ ର ତୁଳସୀ ପତ୍ର ଯେପରି ପ୍ରିୟ ସେପରି ପ୍ରଭୁ ଶିବ ଶଙ୍କର ଙ୍କ ର ବେଲ ପତ୍ର ସେପରି ପ୍ରିୟ।ବିଭିନ୍ନ ଭୋଗ ନୈବିଦ୍ୟ ସମୟରେ ଶିବ ଶଙ୍କରଙ୍କୁ ବେଲ ପତ୍ର ରେ ପୂଜା କରାଯିବାର ବିଧି ରହିଛି। ଓଁ ନମଃ ଶିବାୟଃ
ତୁଳସୀପୁର। ପୁରୀ
୯୪୩୯୩୬୧୮୮୮