ଶିମିଳିପାଳରୁ 3ଶିକାରୀ ଗିରଫ ଫାସ ବସାଇ କରୁଥିଲେ ଶିକାର
ମୟୁରଭଞ୍ଜ,(ମୁରାରୀ ମୋହନ ମହାପାତ୍ର):ସିମିଳିପାଳ ୱାଇଲ୍ଡ ଲାଇଫ ଅଭୟାରଣ୍ୟରେ ବଣୁଆ ଜନ୍ତୁ ଶିକାର କରିବା ପାଇଁ ଫାସ ଲଗାଇ ଥିବା ଅଭିଯୋଗରେ ତିନି ଜଣ ଶିକାରୀଙ୍କୁ ଗିରଫ କରାଯାଇଛି. ଗିରଫ ଶିକାରୀ ମାନେ ମୟୁରଭଞ୍ଜ ଜିଲ୍ଲା ଶରତ ଥାନା ଅନ୍ତର୍ଗତ ହୁଡ଼ିସାହି ଗ୍ରାମର ବିକ୍ରମ ସିଂ ଓରଫ ବିକି (20) ବୀର ସିଂ ଓରଫ ରବି (20), ଦେହୁରୀ ସିଂ ଓରଫ ଜଲା (26) ବୋଲି ଜଣାଯାଇଛି. ଗିରଫ ତିନି ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତ ପାଇଁ ସିଜେଏମ ବରିପଦା ଙ୍କ ମାନ୍ୟବର କୋର୍ଟରେ ହାଜର କରାଯାଇଛି.