ଶିଳ୍ପୀଙ୍କ ଶେଷ ସ୍ପର୍ଶ ଅପେକ୍ଷାରେ ଗଜାନନ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ରାତି ପାହିଲେ ବିଘ୍ନ ବିନାଶନ ଗଜାନନଙ୍କ ପୂଜାଉତ୍ସଵ। ଗାଁ ଠୁ ସହର ସବୁଠି ଆବାହନ ହେବେ ପ୍ରଭୁ ଶ୍ରୀ ଗଣେଶ। କାରୀଗରଙ୍କ କାରୁକାର୍ଯ୍ୟରେ ଏବେ ମୁଣ୍ମୟୀ ମୂର୍ତ୍ତି ଝଲସୁଥିବା ବେଳେ ଶିଳ୍ପୀଙ୍କ ଶେଷ ସ୍ପର୍ଶ ପାଇଁ ଅପେକ୍ଷା କରିଛନ୍ତି ବୁଦ୍ଧିଦାତା। ଏହି ପରିପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ଼ ଠାରୁ ଆରମ୍ଭ କରି ଆଖୁଆପଦା, ବାରିକପୁର, ମାଳଦା,ସରସଦା, ପରମାନନ୍ଦପୁର ପ୍ରମୁଖ ସ୍ଥାନ ମାନଙ୍କରେ ଶ୍ରୀ ଗଜାନନଙ୍କ କାରୁକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଗତ ଦୁଇ ବର୍ଷ ହେବ କୋରନା ମହାମାରୀ ପାଇଁ ପର୍ବପର୍ବାଣୀ ଫିକା ପଡିଥିବା ବେଳେ ଚଳିତବର୍ଷ ଗଜାନନଙ୍କ ପୂଜା ବେଶ ଧୁମଧାମରେ ପାଳିତ ହେବ ବୋଲି ଜଣାପଡ଼ିଛି। ଏଥିପାଇଁ ବିଭିନ୍ନ ସ୍ଥାନରେ ଏବେ ତୋରଣ ବନ୍ଧା ସହିତ ଅନ୍ୟାନ୍ୟ ସାଜସଜ୍ଜା ଆରମ୍ଭ ହୋଇଗଲାଣି। ଗତ ଦୁଇ ବର୍ଷ ହେବ ମୁଣ୍ମୟୀ ମୂର୍ତ୍ତୀ ନିର୍ମାଣ ପ୍ରାୟତଃ କମଥିବା ବେଳେ ଚଳିତ ବର୍ଷ ଆଶାତୀତ ମୂର୍ତ୍ତି ନିର୍ମାଣ ବୃଦ୍ଧି ପାଇଥିବା ମାଳଦା ଅଞ୍ଚଳର ବିଶିଷ୍ଟ କାରିଗର କାଶୀନାଥ ପରିଡା ଓ ପାଟୁଳି ଅଞ୍ଚଳର ଯୁବ ଶିଳ୍ପୀ କାର୍ତ୍ତିକ ସାହୁ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ