ଶିଶୁଶ୍ରମିକ ଉଚ୍ଛେଦ ସଂପର୍କରେ ଜିଲ୍ଲାସ୍ତରୀୟ ବୈଠକ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ): ଶିଶୁଶ୍ରମିକ ନିଯୁକ୍ତି ବିରୋଧରେ ବାଲେଶ୍ୱର ଜିଲ୍ଲାରେ ବ୍ୟାପକ ଜନସଚେତନତା କାର‌୍ୟ୍ୟକ୍ରମ ପାଇଁ ଗୁରୁବାର ଦିନ ପୂର୍ବାହ୍ନରେ ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଶିଶୁଶ୍ରମିକ ନିଯୁକ୍ତିକୁ ବନ୍ଦ କରି ସେମାନଙ୍କୁ ବିଦ୍ୟାଳୟକୁ ପଠାଇବା ଓ ଥଇଥାନ କରିବା ପାଇଁ ବ୍ୟାପକ କାର‌୍ୟ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଆସନ୍ତା ଜୁନ୍ ୧୨ତାରିଖ ଦିନ ବିଶ୍ୱ ଶିଶୁଶ୍ରମିକ ଉଚ୍ଛେଦ ଦିବସ ଅବସରରେ ଜିଲ୍ଲାପାଳଙ୍କ ସଦ୍ଭାବନା ଗୃହରେ ସଂପୃକ୍ତ ବିଭାଗୀୟ ମୁଖ୍ୟ ଓ ବିଭିନ୍ନ ଶିଳ୍ପ, ବ୍ୟବସାୟ ପ୍ରତିଷ୍ଠାନର ମୁଖ୍ୟମାନଙ୍କର ଏକ କର୍ମଶାଳା ଅନୁଷ୍ଠିତ ହେବ । ଶିଶୁଶ୍ରମିକମାନଙ୍କୁ ଉଦ୍ଧାର କରିବା ଓ ଶିଶୁଶ୍ରମିକ ନିଯୁକ୍ତିଦାତାଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର‌୍ୟ୍ୟାନୁଷ୍ଠାନ ସଂପର୍କରେ ଆସନ୍ତା ବୈଠକରେ ନିଷ୍ପତ୍ତି ନିଆଯିବାକୁ ସିଦ୍ଧାନ୍ତ ନିଆଯାଇଛି । ଏହି ଜିଲ୍ଲାସ୍ତରୀୟ ବୈଠକରେ ଆବାହକ ତଥା ଜିଲ୍ଲା ଶ୍ରମଅଫିସର୍ କୁବେର ବେହେରା ଶିଶୁ ଶ୍ରମିକ ନିଯୁକ୍ତି ଓ ନିରାକରଣ ସଂପର୍କରେ ସରକାରୀ ନିର୍ଦ୍ଦେଶ ଉପରେ ସୂଚନା ଦେଇଥିଲେ । ପି.ଡି. ଡି.ଆର.ଡି.ଏ. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତିନିଧି ଡଃ ଏସ୍.ଏସ୍. ଚୌଧୁରୀ, ଡି.ଆଇ.ପି.ଆର.ଓ ସୁବାସ ନିଅଲ୍, ଡି.ସି.ପି.ଓ ଯୁବକ ମାଝୀ, ସି.ଡବ୍ଲୁ.ସି. ଚେୟାରମ୍ୟାନ୍ ଭାଗିରଥୀ ବିଶ୍ୱାଳ, ଡି.ଏସ୍.ପି. ଉମେଶ କୁମାର ପଣ୍ଡା ଓ ସଂଗ୍ରାମ କେଶରୀ ବେହେରା, ଡି.ଏସ୍. ଡବ୍ଲୁ. ଓ. ରିଜୁୟାନ୍, ଜିଲ୍ଲା ଶିକ୍ଷାଧିକାରୀଙ୍କ ପ୍ରତିନିଧି ଅଶୋକ କୁମାର ନାୟକ, ଡିଭିଜନାଲ୍ ଲେବର କମିଶନର ଘାସିରାମ ଟୁଡୁ, ସହକାରୀ ଶ୍ରମ ଅଫିସର ସଂଜୟ କୁମାର ପ୍ରଧାନ, ଜାତୀୟ ଶିଶୁ ଶ୍ରମିକ ପ୍ରକଳ୍ପ ପ୍ରୋଗ୍ରାମ ମ୍ୟାନେଜର ତନ୍ମୟ କୁମାର ବିଶ୍ୱାଳ, ଶ୍ରମିକ ନେତା ଗୌରାଙ୍ଗ ପାଣିଗ୍ରାହୀ, ଶିଶୁଶ୍ରମିକ ବିରୋଧି ପ୍ରଚାର ଅଭିଯାନର ରାଜ୍ୟ ଆବାହକ ଗୋପାଳକୃଷ୍ଣ କର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଜିଲ୍ଲା ଶ୍ରମ ଅଫିସର ଉପସ୍ଥିତମାନଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ