ଶିଶୁ ଅନନ୍ତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା

ଖୋର୍ଦ୍ଧା, (ଯୁଗାବ୍ଦ ନ୍ୟୁଜ):ଶିକ୍ଷା ସହିତ ଖେଳକୁଦର ଆବଶ୍ୟକତା ସଂପର୍କରେ ଅନେକ ଉଦାହରଣୀୟ ତଥ୍ୟାର୍ପଣ ପୂର୍ବକ ଶରୀରଚର୍ଯ୍ୟା ହିଁ ସୁସ୍ଥ ମାନସିକତା, ଏକାଗ୍ରତା ରକ୍ଷା କରିବାରେ ସହାୟକ ହୋଇଥାଏ, ଅତଏବ ନିୟମିତ ଖେଳାଖେଳି ଦ୍ୱାରା ବିଦ୍ୟାର୍ଥୀମାନଙ୍କର ଶାରୀରିକ, ମାନସିକ ଓ ବୌଦ୍ଧିକ ବିକାଶ ଘଟିପାରିବ ବୋଲି ବାଲିପାଟଣାସ୍ଥିତ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ “ଶିଶୁ ଅନନ୍ତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତାର ପୁରସ୍କାର ବିତରଣ ଉତ୍ସବରେ ସଭାପତିତ୍ବ ଅଭିଭାଷଣରେ ଉକ୍ତ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷା ଡଃ ମଧୁମତୀ ରଥ ମତବ୍ୟକ୍ତ କରିଥିଲେ । ମହାବିଦ୍ୟାଳୟର ବିଦ୍ୟାର୍ଥୀ କ୍ରୀଡ଼ା ପ୍ରତିଯୋଗୀମାନେ ନିକଟସ୍ଥ ବାଟ ମହାବୀରଙ୍କ ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରାରେ ବଜାର ପରିକ୍ରମା କରି ମହାବିଦ୍ୟାଳୟ ପରିସରରେ ପହଞ୍ଚି ଅଧ୍ୟକ୍ଷା ଡଃ ରଥଙ୍କୁ ସମର୍ପିତ କରିବା ପରେ ବାର୍ଷିକ ଖେଳକୁଦ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଥିଲା। ଡଃ ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ନିମାଇଁ ଚରଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । କ୍ରୀଡା ପ୍ରତିଯୋଗିତା ଦାୟିତ୍ୱ ନିର୍ବାହୀ ପ୍ରାଣୀ ବିଜ୍ଞାନ ବିଭାଗୀୟ ମୁଖ୍ୟ ପ୍ରାଚାର୍ଯ୍ୟ ବିଜୟ କୁମାର ଶତପଥୀଙ୍କ ସ୍ବାଗତ ସମ୍ଭାଷଣରେ ଶିଶୁ ଅନନ୍ତ ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନଙ୍କ ଭିତରେ ଥିବା କ୍ରୀଡା ପ୍ରତିଭାର ଉଜ୍ଜଳତମ ଉଦାହରଣୀୟ ତଥ୍ୟାର୍ପଣ ପୂର୍ବକ ନିଜର ଆତ୍ମସନ୍ତୋଷ ଉପଲବ୍ଧି ପ୍ରକାଶ କରିବା ପରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଜେନା ସ୍ଵକୀୟ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ ଯେ ଖେଳ କସରତ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳିତ କରିବା ସହିତ ନିଜ ନିଜ ଭିତରେ ଏକ ଭାତୃତ୍ୱଭାବ ସୃଷ୍ଟି କରିଥାଏ । ବିଭିନ୍ନ କ୍ରୀଡା ପ୍ରତିଯୋଗିତାରେ ସଫଳତା ଲାଭ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । କ୍ରୀଡା ପ୍ରତିଯୋଗିତା ସମୂହ କୁ ଅଧ୍ୟାପିକା ଡ଼ଃ ମାନସୀ ଷଡ଼ଙ୍ଗୀ ଲିଜିନା ସାହୁ, ଅଧ୍ୟାପିକା ଚାନ୍ଦ ବିବି, ଅଧ୍ୟାପକ ଲକ୍ଷ୍ମୀଧର ସେଠୀ, ଅଧ୍ୟାପକ ଶତ୍ରୁଘ୍ନ ଦାସ ଏବଂ ଅଧ୍ୟାପକ ସୁବ୍ରତ ନାୟକ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ