ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନକୁ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରଦାନ
ଯାଜପୁର, ( ଯୁଗାବ୍ଦ ନ୍ୟୁଜ୍) : ଜିଲ୍ଳ୍ା ରେଡକ୍ରସ ଶାଖା ପକ୍ଷରୁ ବଡଚଣା ବ୍୍ଳକ ଅଧିନସ୍ଥ ସମିଆ ପଞ୍ଚାୟତର ବୁଢା କେନ୍ଦୁଆ ଠାରେ ଥିବା ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ “ନେସନ” ଓ ବଡଚଣା ପଞ୍ଚାୟତ ଅଧିନସ୍ଥ ଶାସନ ପୁରୁଷୋତ୍ତମପୁର ଠାରେ ଥିବା ଶିଶୁ ପରିଚର୍ଯ୍ୟାକାରୀ ଅନୁୁଷ୍ଠାନ “ଆମ ଘର” କୁ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରଦାନ କରାଯାଇଚ୍ଥି । ଯେ ହେତୁ ଅନେକ ଶିଶୁ ଏହି ଦୁଇଟି ଅନୁଷ୍ଠାନ ରେ ରହୁଚ୍ଥନ୍ତି । ସେମାନଙ୍କ ସୁରକ୍ଷା, ଅଗ୍ନି ଦୁର୍ଘଟଣାରୁ ରକ୍ଷା ପାଇଁ ଦୁଇଟି ଲେଖାଏଁ ଅଗ୍ନି ନିର୍ବାପକ ଯନ୍ତ୍ର ପ୍ରଦାନ କରାଯାଇଚ୍ଥି । ଜିଲ୍ଳ୍ାପାଳ ରଂଜନ କୁମାର ଦାସ ଏହାକୁ ମଞ୍ଜୁର କରିବା ସହ ଏହାର ଉପଯୋଗ ଦାୟିତ୍ୱରେ ଥିବା ଅଧିକାରୀ ମାନଙ୍କୁ ବିଷଦ ଭାବେ ଅବଗତ କରାଇବାକୁ ପରାମର୍ଶ ଦେଇଥିଲେ । ଅଗ୍ନିଶମ ବିଭାଗ ଅଧିକାରୀମାନେ ସଂପୃକ୍ତ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଏହି ଯନ୍ତ୍ରର ବ୍ୟବହାର ସଂପର୍କରେ ବିଷଦ ଭାବେ ବୁଝାଇବା ସହ ପ୍ରାକ୍ଟିକାଲ କରି ଦେଖାଇଥିଲେ । ସହକାରୀ ଜିଲ୍ଳ୍ାପାଳ ତଥା ରେଡକ୍ରସ ଶାଖାର ସଂପାଦକ କୁଳମଣି ନାୟକ, ଅଗ୍ନିଶମ ନିର୍ବାପକ ଯନ୍ତ୍ର ପ୍ରଦାନ ପାଇଁ ଜିଲ୍ଳ୍ାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଳ୍ା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଦୁଇ ଅନୁଷ୍ଠାନର ମୁଖ୍ୟଙ୍କୁ ଏହା ହସ୍ତାନ୍ତର କରିିଥିଲେ ।


