ଶିଶୁ ବଳି ଉଦ୍ୟମ ଅଭିେଯାଗରେ ଗୁଣିଆ ସହ ୫ ଜଣ ଅଟକ
ପାରାଦୀପ, ( ପିତବାସ ପ୍ରଧାନ):ପାରାଦୀପ ଷଣ୍ଢକୁଦ ବସ୍ତିରେ ମାତ୍ର ୨୫ ଟଙ୍କାର ଲୋଭ ଦେଖାଇ ଜଣେ ଶିଶୁକୁ ବଳିଦବା ପାଇଁ ଗୁଣିଗାରେଡ଼ି ସ୍ଥଳକୁ ନେଇ ପୂଜାଅର୍ଚ୍ଚନା କରିବାର ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ଷଣ୍ଢକୁଦ ବସ୍ତିର ସତ୍ୟରଞ୍ଜନ ମଣ୍ଡଳଙ୍କ ୭ ବର୍ଷର ପୁଅ ଶନିବାର ଦିନ ଘର ବାହାରେ ଖେଳୁଥିଲେ। ଏହି ସମୟରେ ଜଣେ ମହିଳା ଆସି ସମ୍ପୃକ୍ତ ଶିଶୁକୁ ୨୫ ଟଙ୍କାର ଲୋଭ ଦେଖାଇ ଗୁଣିଗାରେଡ଼ି ସ୍ଥଳକୁ ନେଇଯାଇଥିଲେ। ସତ୍ୟରଞ୍ଜନ ପୁଅକୁ ନ ପାଇବାରୁ ବହୁ ଖୋଜାଖୋଜି କରିଥିଲେ। ଶେଷରେ ବସ୍ତିଠାରୁ କିଛି ଦୂରରେ ରାତିରେ ନିଛାଟିଆ ସ୍ଥାନରେ ପହଞ୍ଚି ଦେଖିବାକୁ ପାଇଥିଲେ କିଛି ଲୋକ ପୂଜା ପାଠ କରୁଛନ୍ତି ଓ ଘଟଣାସ୍ଥଳରେ ୨ଜଣ ପୁରୁଷ, ୨ଜଣ ମହିଳା ଓ ଜଣେ ଗୁଣିଆ ଉପସ୍ଥିତ ଅଛନ୍ତି। ସେମାନେ ସତ୍ୟରଞ୍ଜନଙ୍କ ୭ ବର୍ଷର ପୁଅକୁ ଉଲଗ୍ନ କରି ଫୁଲମାଳ, ସିନ୍ଦୂର ଲଗାଇ ପୂଜା ପାଠ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହାଦେଖି ସତ୍ୟରଞ୍ଜନ ସେମାନଙ୍କ କବଳରୁ କୌଣସି ପ୍ରକାରେ ନିଜ ଛୁଆକୁ ଉଦ୍ଧାର କରିଥିଲେ।ପରେ ବସ୍ତିରେ ପହଞ୍ଚି ବସ୍ତି କମିଟିରେ ସବୁ କଥା କହିଥିେଲ। କୋଣସି ସମାଧାନ ନ ହେବାରୁ ସ୍ଥାନୀୟ ଜଟାଧାରୀ ମୁହାଣ ଥାନାରେ ଲିଖିତ ଅଭିେଯାଗ କରିଥିେଲେ। ଅଭିଯୋଗ ପାଇବା ପରେ ଜଟାଧାରୀ ମୁହାଣ ପୋଲିସ ବଳି ଉଦ୍ୟମ କରୁଥିବା ଗୁଣିଆ, ଦୁଇ ଜଣ ମହିଳା,ଓ ଦୁଇଜଣ ପୁରୁଷ କୁ ଥାନାରେ ଅଟକ ରଖି ଶିଶୁର ବୟାନ ମୁତାବକ ତଦନ୍ତ ଚଳାଇଛି।


