ଶିଶୁ ମନ୍ଦିରରେ ବାର୍ଷିକ ଖେଳକୁଦ ସମାରୋହ
ପାରଳାଖେମୁଣ୍ଡି , (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡିସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ୩୦ତମ ବାର୍ଷିକ ଖେଳକୁଦ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଚାଳନା ସମିତିର ଉପାଧ୍ୟକ୍ଷ ଡକ୍ଟର ଶଙ୍କର ପ୍ରସାଦ ବକ୍ସି ଅଧ୍ୟକ୍ଷତା କରିଥିବାବେଳେ ଆୟୋଜିତ ରଙ୍ଗାରଙ୍ଗ କାର୍ୟ୍ୟକ୍ରମକୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପ୍ରଭାକର ତ୍ରିପାଠୀ ଉଦ୍ଘାଟିତ କରିଥିଲେ । ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମରୁ ଦଶମ ପର୍ୟ୍ୟନ୍ତ ପ୍ରାୟ ୬ଶହ ଜଣ ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର କ୍ରୀଡ଼ା ପ୍ରମୁଖ ଶ୍ରୀ ମୁରଲୀମୋହନ ପ୍ରଧାନ, ପ୍ରଧାନ ଆଚାର୍ୟ୍ୟ ଶ୍ରୀ ସରୋଜ କୁମାର ପଣ୍ଡା ଓ ସହ ପ୍ରଧାନ ଆଚାର୍ୟ୍ୟ ଶ୍ରୀ ସନ୍ତୋଷ କୁମାର ପାଢ଼ୀ ତଥା ସମସ୍ତ ଆଚାର୍ୟ୍ୟ ଆଚାର୍ୟ୍ୟାଙ୍କ ପରିଚାଳନାରେ ଖେଳକୁଦ ଉତ୍ସବ ଅନୁଷ୍ଠିତ ହୋଇଥିଲା ।


