ଶିଶୁ ସୁରକ୍ଷା ପାଇଁ ସ୍କୁଲ ଭିତିଭୁମିରେ ଉନ୍ନତି ଆବଶ୍ୟକ

ଜାତୀୟ ମାନସିକ ସ୍ୱାସ୍ଥ୍ୟ ଓ ସ୍ନାୟୁ ବିଜ୍ଞାନ ପ୍ରତିଷ୍ଠାନ (ନିମହାନସ) ଏବଂ ଅଣ୍ଡରରାଇଟର ଲାବ୍ରୋଟୋରିଜ (ୟୁଏଲ) ର ପ୍ରସ୍ତୁତ ରିପୋର୍ଟ “ଆଡଭାସିଂ ଚାଇଲଡ ସେଫଟି ଇନ ଇଣ୍ଡିଆ ଇମ୍ପ୍ଲିମେଂଟେସନ ଇଜ ଦି କି” ଅନୁସାରେ ସ୍କୁଲ ମାନଙ୍କରେ ସୁରକ୍ଷା ମାନଦଣ୍ଡ ଉପରେ ସଚେତନା ଆହତ ସମସ୍ୟା ପ୍ରତିହତ କରିପାରିବ । ଏକ ସୁରକ୍ଷିତ ବାତାବରଣ ଶିଶୁମାନଙ୍କ ବିକାଶରେ ଅତ୍ୟାଶ୍ୟକ । ରିପୋର୍ଟରେ ୧୩୧ଟି ବାଙ୍ଗାଲୁରୁ ଓ କୋଲାର ଜିଲ୍ଲାର ସରକାରୀ ଓ ପ୍ରାଇଭେଟ ସ୍କୁଲ ମାନଙ୍କ ମଧ୍ୟରେ ସର୍ଭେ କରାଯାଇଥିଲା । ଏହି ସ୍କୁଲ ଗୁଡିକୁ ଭୌତିକ ଭିତିଭୁମି, ରାସ୍ତା ଏବଂ ଅଗ୍ନି ସୁରକ୍ଷା, ପାଥମିକ ଚିକିତ୍ସା ବ୍ୟବସ୍ଥା ଇତ୍ୟାଦିରେ ପରିକ୍ଷଣ ପାଇଁ ଗବେଷକ ମାନେ ଡିଜିଟାଲ ସେପ୍ଟି ଆପ୍ରାଇଜଲ ଟୁଲ ବ୍ୟବହାର କରିଥିଲେ । ୟୁଏଲର ସାଉଥ୍ ଏସିଆ ଓ ସବ ସହାରା ଆଫ୍ରିକା ର ପରିଚାଳନା ନିର୍ଦ୍ଦେଶକ ତଥା ଉପାଧ୍ୟକ୍ଷ ସୁରେଶ ସୁଗାରନମ କହିଛନ୍ତି, ସନ୍ଦର୍ଭ ନିମହାନସ ସହ ମିଶି ଶିଶୁ ମାନଙ୍କ ପାଇଁ ଭିତିଭୁମି ଓ ବାତାବରଣ ଉପରେ ପର୍ଯ୍ୟବେଶିତ । ସରକାରୀ କଳ, ସ୍କୁଲ ପରିଚାଳକ ଓ ପିତାମାତା ଙ୍କୁ ସୁରକ୍ଷା କ୍ଷେତ୍ରରେ ଗୁରୁତ୍ୱପୁର୍ଣ୍ଣ ଭୁମିକା ନେବାକୁ ପଡିବ । ରିପୋର୍ଟର ଉପାଦେୟତା ଉପରେ ଡଃ ଗୁରୁରାଜ ଜି ନିମହାନସ ର ଡନ ଅଫ ନ୍ୟୁରେ ସାଇନସେସ୍ କହିଛନ୍ତି, “ଭାରତରେ ଶିଶୁ ମାନଙ୍କ କ୍ଷେତ୍ରରେ ମୃତ୍ୟୁ ବା ଆହତ ଜନିତ ସମସ୍ୟା ଏକ ଅବହେଳିତ ଓ ଲୁକ୍କାୟିତ ସମସ୍ୟା । ଏଥିପାଇଁ ସରକାରୀ ନିତି ଓ କାର୍ଯ୍ୟକ୍ରମ ଗୁଡିକର କଡାକଡି ପାଳନ ଆବଶ୍ୟକ । ଭାରତରେ ଶିଶୁ ମାନଙ୍କ ମଧ୍ୟରେ ଆହତ ଜନିତ ସମସ୍ୟା. ଗତ ଦଶନ୍ଧିରେ ପ୍ରାୟ ୫,୦୦,୦୦୦ ଶିଶୁ ଙ୍କ ମୃତ୍ୟୁ ବରଣ, ଆହତରୁ ମୃତ୍ୟୁ ସଂଖ୍ୟା ମଧ୍ୟରେ ୧୫ ପ୍ରତିଶତ ଶିଶୁ, ଗ୍ରାମାଂଚଳରେ ଦୁର୍ଘଟଣା ସ୍ଥଳରେ ଶିଶୁ ମୃତ୍ୟୁ ସଂଖ୍ୟା ୫୮ପ୍ରତିଶତ ଏବଂ ସହରାଂଚଳରେ ୩୩ ପ୍ରତିଶତ, ୪୧ପ୍ରତିଶତ ମୃତ୍ୟୁ ରାସ୍ତାରେ ହୋଇଥିବା ବେଳେ ୩୧ ପ୍ରତିଶତ ମୃତ୍ୟୁ ଘରେ ହୋଇଛି. ରାସ୍ତା ଦୁର୍ଘଟଣା ରେ ୧୪ ବର୍ଷ ମଧ୍ୟରେ ୩୭ପ୍ରତିଶତ ମୃତ୍ୟୁବରଣ କରିଥିବା ବେଳେ ୧୪ରୁ ୧୮ବର୍ଷ ମଧ୍ୟରେ ୬୨ ପ୍ରତିଶତ ମୃତ୍ୟୁବରଣ କରିଛନ୍ତି, ଜଳାପୋଡାରେ ୧୦-୧୧ ପ୍ରତିଶତ ମୃତ୍ୟୁବରଣ କରିଥିବା ବେଳେ ବୁଡିଯାଇ ୧୩-୧୯ ପ୍ରତିଶତ ମୃତ୍ୟୁବରଣ କରିଛନ୍ତି, ଅର୍ଦ୍ଧାଧିକ ଆହତ ଜନିତ ମୃତ୍ୟୁ ସମସ୍ୟା ଦକ୍ଷ ଓ ଆକସ୍ମିକ ଚିକିତ୍ସା ଦ୍ୱାରା ପ୍ରତିହତ ହୋଇପାରିଥାନ୍ତା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ