ଶୀତକାଳୀନ ଶିବିର ଉଦଯାପିତ

ପାତ୍ରପୁର, (ରାଜେଶ କୁମାର ରଣା):ପାତ୍ରପୁର ବ୍ଳକ ସ୍ଥିତ ସାମନ୍ତିଆପଲ୍ଲୀ ମହାବିଦ୍ୟାଳୟରେ ଅନୁଷ୍ଠିତ ସାତ ଦିନିଆ ଜାତୀୟ ସେବା ଯୋଜନାର ଶୀତକାଳୀନ ଶିବିର ଉଦଯାପିତ ହୋଇ ଯାଇଛି । ମହାବିଦ୍ୟାଳୟର ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ଶ୍ରୀମତୀ ପୂର୍ଣ୍ଣପ୍ରଭା ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ ଶିବିରକୁ ତା ୨୩ ତାରିଖ ଦିନ ପାତ୍ରପୁର ବିଡ଼ିଓ ସୁଶ୍ରୀ ସୁମନ ଶ୍ରଦ୍ଧା କୁଣ୍ଡୁ ଓ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ମାନସ ରଞ୍ଜନ ଆଚାର୍ଯ୍ୟଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ସାତଦିନିଆ ଏହି ଶିବିରରେ ୫୦ ଜଣ ସ୍ୱେଚ୍ଛାସେବୀ ପ୍ରତ୍ୟହ ବିଭିନ୍ନ କାର୍ଯ୍ୟକ୍ରମ ସ୍ୱଚ୍ଛ ଭାରତ ଅଭିଯାନ, ବେଟୀ ବଢ଼ାଓ, ବିପର୍ଯ୍ୟୟ ପରିଚାଳନା, ନିଶା ନିବାରଣ, ବାଲ୍ୟ ବିବାହ, ଅନ୍ଧ ବିଶ୍ୱାସ ଏବଂ ଦୁର୍ନିତି ନିବାରଣ ସମ୍ପର୍କରେ ଗ୍ରାମବାସୀଙ୍କ ମଧ୍ୟରେ ବିଭିନ୍ନ ପଥପ୍ରାନ୍ତ ନାଟକ ମାଧ୍ୟମରେ ସଚେତନତା ସୃଷ୍ଟି କରିଥିଲେ । ଏହାର ଉଦଯାପନୀ ଦିବସରେ କଲେଜ୍ ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ, ଅଧ୍ୟାପକ ଜୟ ପ୍ରକାଶ ପାଢ଼ୀ, ଜଳନ୍ଧର ସାହୁ, ଏ ମୋହନ ରାଓ ଅତିଥି ଭାବେ ଉତ୍ସବକୁ ଅନୁଗ୍ରହ ପ୍ରଦାନ କରିଥିଲେ । ଏ ସାତ ଦିନିଆ ଶିବିରରେ ବିବରଣୀ ପ୍ରଦାନ କରିଥିଲେ ଏନ ଏସ ଏସ ପ୍ରୋଗ୍ରାମ ଅଫିସର ଶ୍ରୀମତୀ ପୂର୍ଣ୍ଣ ପ୍ରଭା ତ୍ରିପାଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ