ଶୁକୃଳି ସ୍ନାତକ ମହାବିଦ୍ୟାଳୟ ର ନୂତନ ଉନ୍ନତ ଅଭିଳାଷ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ମୟୁରଭଞ୍ଜ ଜିଲ୍ଲା ଶୁକୃଳି ସ୍ନାତକ ମହାବିଦ୍ୟାଳୟ ର ନୂଆ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ନୂତନ ଉନ୍ନତ ଅଭିଳାଷ ଓଡିଶା ଉଦଯାପିତ ହୋଇଯାଇଛି।କଲେଜ ପରିଚାଳନା ସମିତି ସଭାପତି ମନ୍ମଥ ଭୋଇ ଙ୍କ ସଭାପତିତ୍ୱ ଓ କଲେଜ ଅଧକ୍ଷ୍ୟ ସଂଗ୍ରାମ କେଶରୀ ମଲ୍ଲିକ ଙ୍କ ପରିଚାଳନା ରେ ଅନୁଷ୍ଠିତ ଏହି ଉଦଯାପନୀ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ରୂପେ ଶୁକୃଳି ବ୍ଲକ ଅଧକ୍ଷା କବିତା ମଞ୍ଜରୀ ନାୟକ, ସ୍ୱତନ୍ତ୍ର ଅତିଥି ରୂପେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ଵବିଦ୍ୟାଳୟ ର ପରୀକ୍ଷା ନିୟନ୍ତ୍ରକ ଲକ୍ଷ୍ମୀଧର ଗିରି, ସମ୍ମାନିତ ଅତିଥି ରୂପେ ବିଡ଼ିଓ ଭବାନୀ ପ୍ରଧାନ, ଜିଲ୍ଲାପରିଷଦ ସଭ୍ୟ ବିକାଶ ରଞ୍ଜନ ସି,ମୁଖ୍ୟବକ୍ତା ଭାବେ ଯୁବସମାଜସେବୀ ଗୋଲକ ନାୟକ, ଶିକ୍ଷବିତ ତଥା କଲେଜ ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ମହାନ୍ତି ଯୋଗ ଦେଇଥିଲେ।ସର୍ବପ୍ରଥମେ ଅତିଥି ମାନଙ୍କ ଦ୍ୱାରା ଅଗ୍ରପୁଜ୍ୟ ପ୍ରଭୁ ଶ୍ରୀ ଗଣେଶ ଓ ମା କିଚକେଶ୍ବରୀ ଙ୍କ ଫୋଟ ଚିତ୍ର ରେ ମାଲ୍ୟାର୍ପଣ ଓ ପ୍ରଦୀପପ୍ରଜ୍ୱଳନ କରିଥିଲେ।ଶୁକୃଳି ସ୍ନାତକ ମହାବିଦ୍ୟାଳୟ ଅଧକ୍ଷ ସଂଗ୍ରାମ କେଶରୀ ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।ଅତିଥି ମାନେ ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ରାଜ୍ୟ ସରକାର ଙ୍କ ନୂଆ ଓଡିଶା କାର୍ଯ୍ୟକ୍ରମ ରେ ଛାତ୍ର ଛାତ୍ରୀ ଙ୍କ ଲୁକ୍କାୟିତ ପ୍ରତିଭା ପ୍ରଦର୍ଶନ ନିମନ୍ତେ କରିଥିବା ଏହି ଯୋଜନା ରେ ନିଜ ପ୍ରତିଭା କୁ ବିକଶିତ କରିବାର ସୁଯୋଗ ପାଇଥିବାରୁ ରାଜ୍ୟସରକାର ଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ଭଲ ପାଠପଢି ନିଜକୁ ସ୍ୱାବଲମ୍ବୀ କରିବା ଓ ନିଜ ଜୀବନର ଲକ୍ଷ୍ୟ ସ୍ଥିର କରିବାକୁ ପରାମର୍ଶ ଦେଇଥିଲେ।ନିଜ କଲେଜ ତଥା ଗୁରୁଜନ, ନିଜ ଅଞ୍ଚଳ ର ସୁନାମ ଆଣିବା ଦିଗରେ ପ୍ରୟାସ କରିବାକୁ ଛାତ୍ର ଛାତ୍ରୀ ଙ୍କୁ ଉତ୍ସାହିତ କରିଥିଲେ ।ଏହି ଅବସରରେ ଅତିଥିଙ୍କ ଦ୍ୱାରା ବିଭିନ୍ନ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା ରେ କୃତକାର୍ଯ୍ୟ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା।କଲେଜ ର ଅଧ୍ୟାପକ ଜନାର୍ଦନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ କୁ ପରିଚାଳନା ରେ ଅଧ୍ୟାପକ ବିଶ୍ୱରଂଜନ ମାଝୀ, ପ୍ରଶାନ୍ତ କୁମାର ମାଝୀ, ସରୋଜ କୁମାର ପଳେଇ ଙ୍କ ସହିତ ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ସହଯୋଗ କରିଥିଲେ ।


