ଶୁକ୍ରୁଳି ବ୍ଲକ ବିଜେଡିର ରକ୍ତଦାନ ସଂଗ୍ରହ
ରାଇରଙ୍ଗପୁର(ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଂଜ ଜିଲ୍ଲାର ଯଶିପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶୁକ୍ରଳି ବ୍ଲକର ଖିଚିଂସ୍ଥ ସରକାରୀ ମଧ୍ୟ ଇଂରାଜୀ ବିଦ୍ୟାଳୟ ପରିସରରେ ବିଜେଡିର ‘ଜୀବନବିନ୍ଦୁ’ କାର୍ଯ୍ଯକ୍ରମ ଆନୁକୁଲ୍ୟରେ ୨୦ ୟୁନିଟ ରକ୍ତ ସଂଗ୍ରହ ଅନୁଷ୍ଠିତ ହୋଇଯାଇଛି । ଲକ୍ ଡାଉନ୍ ସମୟରେ ଓଡ଼ିଶାର କୌଣସି ରୋଗୀ ରକ୍ତ ଅଭାବରୁ ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ଦଳୀୟ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ସହ ମୟୂରଭଞ୍ଜ ଜିଲ୍ଲାର ବିଜେଡି ପ୍ରଭାରୀ ପ୍ରଣବ ପ୍ରକାଶ ଦାସ ଏବଂ ଯଶିପୁର ନିର୍ବାଚନ ମଣ୍ଡଳୀ ପର୍ଯ୍ୟବେକ୍ଷକ ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ଆହ୍ବାନ କ୍ରମେ ବରିଷ୍ଠ ବିଜେଡି ନେତା ଜାହିର ଖାଁ ଏବଂ ବିଜେଡ଼ିର ବିଧାୟକ ପ୍ରାର୍ଥୀ ଗୋଲକ ବିହାରୀ ନାୟକଙ୍କ ନେତୃତ୍ୱରେ ଶୁକ୍ରୁଳି ବ୍ଲକ ବିଜେଡି ତରଫରୁ ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ପୂର୍ଣ୍ଣ ଗିରି, ଲଳିତ ଗିରି, ରାଜକିଶୋର ବେହେରା,ପ୍ରଭାତ ମହାନ୍ତ,ମଳୟ ଦଳ,,ଟିମ୍ ଦାସ ଅଧିକାରୀ, କାମିନୀ କାନ୍ତ ମହାକୁଡ଼, କରଂଜିଆ ହସ୍ପିଟାଲ ରେ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ଗୌରାଙ୍ଗ ନାଏକ ଏବଂ ସହ କର୍ମଚାରୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


