ଶୁଙ୍କୁଳା ବଣରେ ଅନୁଷ୍ଠିତ ହେଲା ମଣ୍ଡଳ ସ୍ତରୀୟ ଖେଳ କୁଦ ପ୍ରତିଯୋଗୀତା

ଘଟଗାଁ-କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ବଏଜ୍ ହାଇସ୍କୁଲ ସ୍ଥିତ ତାରିଣୀ ମିନି ଷ୍ଟାଡିୟମ ଠାରେ ସୋମବାର ମଣ୍ଡଳ ସ୍ତରୀୟ ଖେଳ କୁଦ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଏହି ମଣ୍ଡଳ ସ୍ତରୀୟ ଖେଳ କୁଦ ପ୍ରତିଯୋଗୀତାରେ ଖୋକୋ, କବାଡି ଏବଂ ଫୁଟବଲ ଖେଳ ଅନୁଷ୍ଠିତ ହୋଇଥିଲା । ତେବେ ଏହି ପ୍ରତିଯୋଗୀତାଟି ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଥିଲେ ମଧ୍ୟ ପ୍ରତିଯୋଗୀ ଛାତ୍ରଛାତ୍ରୀଙ୍କ ମନରେ ଅସନ୍ତୋଷ ଦେଖାଦେଇଥିଲା । ଖବର ଅନୁସାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଘଟଗାଁ ବ୍ଲକ୍ରେ ମଣ୍ଡଳ ସ୍ତରୀୟ ଖେଳ କୁଦ ପ୍ରତିଯୋଗୀତା ଗତକାଲି ଘଟଗାଁ ବ୍ଲକ୍ ଅନ୍ତର୍ଗତ ବଏଜ୍ ହାଇସ୍କୁଲ ସ୍ଥିତ ତାରିଣୀ ମିନି ଷ୍ଟାଡିୟମ ଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ଚଳିତ ବର୍ଷ ଏହି ପ୍ରତିଯୋତା କାଯ୍ୟାକ୍ରମରେ ଅନେକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା । ଯେମିତି ପଡିଆର ଚତୁର୍ପାଶ୍ୱ ସଫା ସୁତରା ସାଙ୍ଗକୁ ବିନା ଟ୍ରାକ୍ରେ ଫୁଟ୍ବଲ ଖେଳ ଦେଖିବାକୁ ମିଳିଥିଲା । ଫଳରେ ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନେ ଠିକ୍ସେ ଖେଳ ପ୍ରଦର୍ଶନ କରିପାରି ନଥିବା ଅଭିଯୋଗ କରିଥିଲେ । ସବୁଠାରୁ ଦଃଖର ବିଷୟ ଏହାକି ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନେ ପ୍ରଥମେ ପଡିଆକୁ ଆସି ଶୁଙ୍କୁଳାକୁ ସଫା କରିଥିଲେ ଏବଂ ପରେ ନିଜର ଖେଳ ପ୍ରଦର୍ଶନ କରିଥିଲେ । ଯାହା ପ୍ରତିଯୋଗୀ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ସ୍ତରରେ ପ୍ରଭାବ ପକାଇଥିଲା । ଅନ୍ୟପକ୍ଷରେ ଫୁଟବଲ ଖେଳଟି ବିନା ଟ୍ରାକ୍ରେ ଖେଳ ହୋଇଥିଲା ଏବଂ ଯାହା ଫଳରେ ପିଲାମାନେ ଠିକ୍ ଜାଣିପାରି ନଥିଲେ କେତେ ପରିସୀମା ଭିତରେ ଖେଳ ଅନୁଷ୍ଠିତ ହେଉଛି । ଯାହାକି ଅତି ନିନ୍ଦନୀୟ । ସରକାର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରତି ବର୍ଷ ଏହି ଖୋକୋ, କବାଡି, ଫୁଟବଲ ଇତ୍ୟାଦି ଖେଳ ପାଇଁ ଗତବର୍ଷ ୩୩ ହଜାର ଟଙ୍କା ଦେଇଥିଲେ ଏବଂ ପଡିଆର ଚତୁପାଶ୍ୱର୍ ସଫାସୁତରା ସାଙ୍ଗକୁ ବୋଦା ଦେଖିବାକୁ ମିଳିନଥିଲା । କିନ୍ତୁ ଚଳିତ ବର୍ଷ ଏହି ଖେଳ ପାଇଁ ଅର୍ଥ ପରିମାଣ ଦ୍ୱିଗୁଣିତ ହୋଇ ୫୬ରୁ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଆସିଥିବା କଥା କିଛି ସରକାରୀ କର୍ମଚାରୀ ମୁହଁରେ ଶୁଣିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ