ଭାରତରେ ଏସ୍-୪୦୦ କ୍ଷେପଣାସ୍ତ୍ର ଉତ୍ପାଦନ ପାଇଁ ମସ୍କା ଓ ନୂଆଦିଲ୍ଲୀ ମଧ୍ୟରେ ଆଲୋଚନା: ରୋସଟେକ୍ ସିଇଓ

ମସ୍କା: ଭାରତରେ ଏସ୍-୪୦୦ ଏୟାର୍ ଡିଫେନ୍ସ୍ ସିଷ୍ଟମ୍ ଉତ୍ପାଦନ ଆରମ୍ଭ କରିବାକୁ ମସ୍କା ନୂଆଦିଲ୍ଲୀ ସହ ଆଲାଚନା କରୁଛି ବୋଲି ରବିବାର ଦିନ ରୁଷର ରୋସଟେକ୍ ଷ୍ଟେଟ୍ କାର୍ପୋରେସନର ସିଇଓ ସର୍ଗେଇ ଚେମେଜାଭ୍ କହିଛନ୍ତି । ସେ କହିଛନ୍ତି: ହଁ, ଆମେ ଏସ୍-୪୦୦ ଉତ୍ପାଦନ ସ୍ଥାନ ସଂକ୍ରାନ୍ତରେ ଭାରତ ସହ କଥାବାର୍ତ୍ତା କରୁଛୁ । ସୁ-୩୦ ଲଢୁଆ ଜେଟ୍ ଏବଂ ଟି-୯୦ କମାଣ ଭଳି ଅନେକ ବୈଷୟିକ ସାମଗ୍ରି ଉତ୍ପାଦନ ପାଇଁ ଭାରତ ଲାଇସେନ୍ସ୍ ହାସଲ କରି ସାରିଲାଣି । ଆମେ ସେମାନଙ୍କ ଦେଶରେ ସେମାନଙ୍କ ବୈଜ୍ଞାନିକମାନଙ୍କ ସହ ମିଳିମିଶି ବ୍ରହ୍ମାସ୍ତ୍ର କ୍ଷେପଣାସ୍ତ୍ର ନିର୍ମାଣ କରିଛୁ ବୋଲି ଚେମେଜାଭ୍ କହିଛନ୍ତି । ଦ୍ୱିପାକ୍ଷିକ ସହଯୋଗ ବଢ଼ାଇବା ନିମନ୍ତେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ମଧ୍ୟ ଗତ ମାସରେ ରୁଷ୍ ଗସ୍ତ କରି ତାଙ୍କର ପ୍ରତିପକ୍ଷ ସର୍ଗେଇ ଲାଭରୋଭ୍ଙ୍କୁ ଭେଟି ଆଲାଚନା କରିଥିଲେ । ପାଞ୍ଚଟି ଏସ୍-୪୦୦ ଖରିଦ କରିବା ପାଇଁ ନୂଆଦିଲ୍ଲୀ ମସ୍କୋ ସହ ୫. ୪୩ ବିଲିୟନ୍ ଡଲାର୍ ଚୁକ୍ତି ସ୍ୱ୍ୱାକ୍ଷର କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ