ଶୁଣ୍ଢରେ ଟେକି ନେଇ ବୃଦ୍ଧଙ୍କୁ କଚାଡି ମାରି ଦେଲା ହାତୀ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ରେଞ୍ଜ ଗଡପଳାଶୁଣି ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ବୃଦ୍ଧଙ୍କ ନାମ ନାରାୟଣ ନାୟକ (୫୫)ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତ୍ରିରେ ନାରାୟଣ ନାୟକ (୫୫ବର୍ଷ) ଧାନ ଫସଲକୁ ଜଗି ଘର ପାଖରେ କଥା ହେଉଥିବା ବେଳେ ଘର ପାଖ ବୁଦାରୁ ହଠାତ ହାତୀ ବାହାରି ଆସିଥିଲା । କେହି କିଛି ବୁଝିବା ପୂର୍ବରୁ ହାତୀଟି ତାଙ୍କୁ ଶୁଣ୍ଢରେ ଟାଣି ନେଇ କଚାଡି ଦଳି ଦେଇଥିଲା । ଯାହାଫଳରେ ନାରାୟଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ୧୦୮ ଆମ୍ବୁଲାନ୍ସରେ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ କାମାକ୍ଷାନଗର ମେଡିକାଲ ଆଣାଯାଇଥିଲେ । କାମାକ୍ଷାନଗର ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ମହାବିରୋଡ଼ ରେଞ୍ଜର ସୁବ୍ରତ ବେହେରା ଓ ଫାଣ୍ଡି ଅଧିକାରୀ ବିନୟ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପୂର୍ବରୁ ବି ଅନେକ ଥର ଏହି ଅଞ୍ଚଳରେ ହାତୀଙ୍କ ଉପଦ୍ରବ କଥା ସାମ୍ନାକୁ ଆସିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ