ଶୁବାଣିରେ ଦକ୍ଷିଣାଞ୍ଚଳ କୈଵର୍ତ ସମାଜ ବୈଠକ
ଚିକିଟି,(କୁରେଶୁ ସାହୁ):ଚିକିଟି ବ୍ଲକ କେ.ଶୁବାଣି ଠାରେ ଦକ୍ଷିଣାଞ୍ଚଳ କୈଵର୍ତ କୁଳ ବୈଠକ ଅନୁଷ୍ଠିତ ହୋଇଯାଇଛି ଜଗବନ୍ଧୁ ବେହେରା ଙ୍କ ସଭାପତିତ୍ୱ ରେ । ମୁଖ୍ୟ ଅତିଥି ଭାବେ ରଘୁନାଥ ବେହେରା, ମୁଖ୍ୟ ବକ୍ତା ଭାବେ ଅନ୍ତର୍ଯ୍ୟାମୀ ବେହେରା, ସମ୍ମାନୀୟ ଅତିଥି ଭାବେ ଶତ୍ରୁଘ୍ନ ବେହେରା ଯୋଗ ଦେଇ ସମାଜ ର ଉନ୍ନତି ଏବଂ ସୁଦୃଢ ହେବା ପାଇଁ ସଂକଲ୍ପ ନିଆଯାଇଥିଲା । ସାମାଜିକ ଵିଧି ବ୍ୟବସ୍ଥା ମଧ୍ୟରେ ଲୋକଙ୍କ ମଧ୍ୟରେ ସଦ୍ଭାବନା ଜାଗ୍ରତ ପାଇଁ ଆହ୍ୱାନ ଦିଆଯାଇ ପରସ୍ପର ଭାଇଚାରା ମଧ୍ୟରେ ରହିବାକୁ ପରାମର୍ଶ ଦିଆଯାଇଛି ବୈଠକରେ । covid-19 ନିୟମ କୁ କଡା କଡ଼ି ଭାବେ ପାଳନ କରି ସୀମିତ ସଭ୍ୟ ଭାଇ ମାନଙ୍କୁ ନେଇ ବୈଠକରେ ବିଭିନ୍ନ ସମସ୍ୟାର ଆଲୋଚନା ମଧ୍ୟ ହୋଇଥିଲା । ବିଶେଷ କରି ସାମାଜିକ କୁସଂସ୍କାର ଏବଂ ଜାତି ମଧ୍ୟରେ ବିବିଧତା କୁ ଏଡାଇ ସମସ୍ତେ ଏକ ଭାବନା ଜାଗ୍ରତ ପାଇଁ ସର୍ଵ ସମ୍ମତି ପ୍ରକାଶ ପାଇଥିଲା ।
କାର୍ଯ୍ୟକ୍ରମ ରେ ନିରଞ୍ଜନ ବେହେରା ,ଷୋମରଥ ଦାସ,ରଘୁ ବେହେରା, ନାଥ ବେହେରା,ଗୁରୁ ବେହେରା, ରାମ ବେହେରା, ସତ୍ୟ ବେହେରା, ସୀମା ବେହେରା, ଭଗବାନ ବେହେରା, ପଦ୍ମ ବେହେରା,ଲାକ୍ସମନ ବେହେରା, ରାମେଶ୍ୱର ବେହେରା, ଉଜ୍ଜ୍ୱଳ ବେହେରା, ଜୁର ବେହେରା, ବାଉରୀ ବେହେରା, ଆନନ୍ଦ ବେହେରା, ମାଗତା ବେହେରା, ଉଦୟ ବେହେରା, ନରହରି ବେହେରା ,ପ୍ରିୟ ରଂଜନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


