ଖୋଲିଲା ଅଙ୍ଗନୱାଡ଼ି କେନ୍ଦ୍ର; ଶିଶୁଙ୍କ କୋଳାହଳରେ ମୁଖରିତ ହେଲା କେନ୍ଦ୍ର

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ):ଦୀର୍ଘ ଏଗାର ମାସର ବ୍ୟବଧାନ ପରେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକରୁ ଶୁଭିଲା ଶିଶୁଙ୍କ କୋଳାହଳ I ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଫେବୃଆରୀ ପହିଲାରୁ ଓଡ଼ିଶାର ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲିବା ସହ ଶିକ୍ଷା ଦାନ ଆରମ୍ଭ ହୋଇଛି । ଏହି ଅବସରରେ ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁରର ଚାରୋଟି ଅଙ୍ଗନୱାଡ଼ି କେନ୍ଦ୍ରର ମୁଖ୍ୟ ଫାଟକ ଖୋଲିଛି କୋମଳମତି ଶିଶୁମାନଙ୍କ ପାଇଁ I ବେଲୁନ୍, ବେଦୀ ଏବଂ ଝୋଟି ଚିତାରେ ସଜାଇ ହୋଇ ରହିଥିବା ସମସ୍ତ ଚାରୋଟି କେନ୍ଦ୍ରରେ ଶିଶୁଙ୍କୁ ସାନିଟାଇଜ କରାଯିବା ସହ ଫୁଲ ଚନ୍ଦନ ଦେଇ ଅଙ୍ଗନୱାଡ଼ି କେନ୍ଦ୍ର ମଧ୍ୟକୁ ଭବ୍ଯ ସ୍ୱାଗତ କରାଯାଇଛି I ଶିଶୁମାନେ ମଧ୍ଯ ବହୁ ଦିନ ପରେ ନିଜର ଅଙ୍ଗନୱାଡ଼ି ଦିଦି ଏବଂ ସାଙ୍ଗସାଥୀ ପାଇ ବେଶ୍ ଖୁସି ଥିବା ଜଣା ପଡିଛି I ସମସ୍ତ ଶିଶୁ ଆଜି ପ୍ରଥମ ଦିନରେ ୟୁନିଫର୍ମ୍ ପିନ୍ଧି ଉତ୍ସାହର ସହିତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଆସିବା ସହିତ ସାଥିରେ ସେମାନଙ୍କର ଅଭିଭାବକମାନେ ମଧ୍ଯ ଆସି ସରକାରଙ୍କ ନିଷ୍ପତିକୁ ସ୍ୱାଗତ ଜଣାଇଛନ୍ତି I ଆଜି ଗାଙ୍ଗପୁରର ଚାରୋଟି କେନ୍ଦ୍ରରେ ସୁପରଭାଇଜର ରଞ୍ଜୁକ୍ତା ସ୍ୱାଇଁଉପସ୍ଥିତ ରହି ସରକାରଙ୍କ କୋଭିଡ ମାର୍ଗଦର୍ଶିକାର ଅନୁଧ୍ୟାନ କରିବା ସହିତ ଅଙ୍ଗନୱାଡ଼ି କର୍ମୀ ରଞ୍ଜିତାବିଷୋୟୀ, କବିତା ସାହୁ, ଗୀତାଞ୍ଜଳି ଗୌଡ ଏବଂ ତ୍ରିପୁରା ମୋହିନୀ ବିଷୋୟୀ ଶିଶୁଙ୍କୁ ସ୍ୱାଗତ କରିବା ସହିତ ଶିକ୍ଷାଦାନ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ I ସେହିପରି ବେଲଗୁଣ୍ଠା ବ୍ଳକ୍ ର ଅନ୍ୟ ସମସ୍ତ ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ର ଗୁଡ଼ିକ ଖୋଲା ଯାଇଥିବା ବେଳେ ସମ୍ପୃକ୍ତ ୟୁନିଟ୍ ର ସୁପରଭାଇଜର ଏବଂ କର୍ମୀ ମାନେ ଏହାର ତଦାରଖ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ