ଶୁଭଲକ୍ଷ୍ମୀ କ୍ରସିଂ ବଜାର ବ୍ୟବସାୟୀ ସଙ୍ଘରେ ଲଛମନଜୀଉ ଭୋଗଖାଇଲେ
କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ): ଠାକୁରହାଟର ଲଛମନଜୀଉ ଠାକୁର ଗୁରୁବାର ପୁରୁଣାବସଷ୍ଟାଣ୍ଡ ମେଲଣରେ ଯୋଗଦେବାକୁ ରୋଷଣି କରି ଆସିବା ସମୟରେ ଦୁହୁରିଆସ୍ଥିତ ଶୁଭଲକ୍ଷ୍ମୀ କ୍ରସିଂ ବଜାରବ୍ୟବସାୟୀ ସଙ୍ଘ ପକ୍ଷରୁ ବିମାନ ନିକଟରେ ଭୋଗ ଲାଗି ହୋଇଥିଲା । ସଙ୍ଘର ସଭାପତି କ୍ଷେତ୍ରବାସୀ ସାହୁ ଏବଂ ସମ୍ପାଦକ ସନାତନ ମୁଦୁଲି ଲଛମନଜୀଉଙ୍କ ବିମାନକୁ ଆମନ୍ତ୍ରଣ କରିବା ସହ ଠାକୁରଙ୍କ ନିକଟରେ ପୂର୍ବରୁ ପ୍ରସ୍ତୁତ କରି ରଖାଯାଇଥିବା ଭୋଗ ଲାଗି ପାଇଁ ପ୍ରଦାନ କରିଥିଲେ । ଲଛମନଜୀଉ ସେଠାରୁ ଭୋଗଖାଇବା ପରେ ପୁରୁଣାବସଷ୍ଟାଣ୍ଡ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ ।