ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ପଂଚୁଦୋଳରେ ହୋଲି ପାଳନ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ଜିଲ୍ଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ଏକ ଭିନ୍ନ ଢଙ୍ଗରେ ପଞ୍ଚୁଦୋଳ ଅବସରରେ କେନ୍ଦ୍ରାପଡାରେ ହୋଲିପର୍ବ ପାଳିତ ହୋଇଯାଇଛି । ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି, ସଭ୍ୟ ଚିତ୍ତରଞ୍ଜନ ଦାସ ଓ ଗୋଲଖ ଚନ୍ଦ୍ର ପଢିଆରୀ ସହରର ମନକରପୁରସ୍ଥିତ ରେସୱା ସ୍ୱାଧାର ଗୃହରେ ପହଁଚି ଅନ୍ତେବାସୀମାନଙ୍କୁ ଅଭିର, ବିସ୍କୁଟ ଓ ମିଷ୍ଟାନ୍ନ ବଂଟନ କରି ସେମାନଙ୍କ ସହିତ ପଞ୍ଚୁଦୋଳ ଅବସରରେ ହୋଲି ପାଳନ କରିଛନ୍ତି । ଏଥିସହିତ ରଙ୍ଗଖେଳ ହୋଲି ପର୍ବ ପାଳନ ସମ୍ପର୍କରେ ସେମାନଙ୍କୁ ବୁଝାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ୱାଧାର ଗୃହର ତତ୍ୱାବଧାରିକା ମିନତୀ ମହାରଣା, ସେକ ଲିଆକତ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ ।


