ଶେରଗଡ଼ ବ୍ଲକ ରେ ବିଜୁ ଯୁବବାହିନୀ ଦ୍ବାରା କରୋନା ଯୋଦ୍ଧାଙ୍କୁ ସମ୍ନାନିତ

ଶେରଗଡ଼, (ଦେବୀ ପ୍ରସାଦ ଦାଶ):ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକରେ ବରମୁଣ୍ଡଳି ଗ୍ରାମ ପଞ୍ଚାୟତ ବିଜୁ ଯୁବ ବାହିନୀର ସଦସ୍ୟ ମାନେ କରୋନା ରେ କାର୍ଯ୍ୟରତ ସରକାରୀ କର୍ମଚାରୀ ମାନଙ୍କୁ ସମ୍ନାନିତ କରିଛନ୍ତି ।ବିଶ୍ଵ ମହାମାରୀ କରୋନା ଭାଇରସ ଦିନକୁ ଦିନ ଗଞ୍ଜାମ ଜିଲ୍ଲାରେ ବଢ଼ି ବଢ଼ି ଚାଲିଛି ଏହି ପରି ପେକ୍ଷରେ ଶେରଗଡ଼ ରେ ପ୍ରଶାସନ ଦ୍ବାରା ବାରମ୍ବାର ସଚେତନତା କରାଯାଉଛି । ଓଡ଼ିଶା ସରକାରଙ୍କ ଦ୍ବାରା ଗଠିତ ବିଜୁ ଯୁବ ବାହିନୀର ନିଜ ନିଜ ପଞ୍ଚାୟତ ଓ ଗ୍ରାମ ରେ ପ୍ରଶାସନଙ୍କୁ ସହଯୋଗ କରି ଲୋକ ମାନଙ୍କୁ ସଚେତନତା କରାଉଛନ୍ତି । ଆଜି ବରମୁଣ୍ଡଳୀ ଗ୍ରାମ ପଞ୍ଚାୟତ ର ବିଜୁ ଯୁବ ବାହିନୀର ସଭାପତି ଦିବାକର ପଟ୍ଟନାୟକଙ୍କ ନେତୃତ୍ବ ରେ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଶେରଗଡ଼ ବ୍ଳକ ପରିସରରେ କରୋନା ରେ କାର୍ଯ୍ୟରତ ସମସ୍ତ ଅଧିକାରୀକଙ୍କୁ ସମ୍ନାନିତ କରିଥିଲେ । ଏଥିରେ ଶେରଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁରଞ୍ଜନ ସାହୁ,ତହସିଲଦାର ଡ଼.ଦୟାସିନ୍ଧୁ ପରିଡା, ଶେରଗଡ଼ ଥାନା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ଦାସ, ବରଗଡ଼ଥାନା ଅଧିକାରୀ ଶ୍ରୀ ପ୍ରତାପ ଚନ୍ଦ୍ର ତ୍ରିପାଠୀ,ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସାନୁ ଦେବି, ବ୍ଲକ ସଂଯୋଜକ ଆଲୋକ କୁମାର ପଟ୍ଟନାୟକ,ବି. ପି.ଏମ ବନିତା ରାଣୀ ସାହୁ. ସିଡ଼ିପିଓ ଜୟନ୍ତୀ ପାଟପିଙ୍ଗୁଆ, ସମ୍ବାଦ ପ୍ରତିନିଧି ସୁବ୍ରତ କୁମାର ପଣ୍ଡା ୫୮ନଂ ଜ଼ିଲ୍ଲା ପରିଷଦ ପ୍ରମୋଦ କୁମାର ପାତ୍ର ଏବଂ ସମାଜସେବୀ ତଥା ଯୁବ ବିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ ଙ୍କୁ କରୋନା ଯୋଦ୍ଧା ଭାବରେ ବରମୁଣ୍ଡଳୀ ବିଜୁ ଯୁବ ବାହିନୀ ଦ୍ୱାରା ସମ୍ନାନିତ କରାଗଲା l ବିଜୁ ଯୁବ ବାହିନୀର ଏପରି କାର୍ଯ୍ୟକ୍ରମ କୁ ସାଧାରଣ ଲୋକ ପ୍ରଶଂସା କରିଛନ୍ତି l ଏଥିରେ ବିଜୁ ଯୁବ ବାହିନୀର ସମ୍ପାଦକ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ, କୋଷାଧ୍ୟକ୍ଷ ପ୍ରଫୁଲ କୁମାର ସାବତ, ହରିହର ସ୍ୱାଇଁ, ହରି ନାୟକ, ଜଗନ୍ନାଥ ଗୌଡ଼, ମାଧବ ନାୟକ, ନାରାୟଣ ଗୌଡ଼, ,ବନ୍ଧାଗୁଡା ବିଜୁ ଯୁବ ବାହିନୀ ,ସଭାପତି ସତ୍ୟ ନାରାୟଣ ପଟ୍ଟନାୟକ, ସୀମାଞ୍ଚଳ ମଳିକ, ସୁଧୀର ପାତ୍ର, ପ୍ରଭାକର ପରିଡା, ସନ୍ତୋଷ ପ୍ରଧାନ, ଅଭିଜିତ ନାୟକ ଓ ଅନ୍ୟାନ୍ୟ ବିଜୁ ଯୁବ ବାହିନୀର ସଦସ୍ୟ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ