ଶେରଗଡ଼ ବ୍ଲକ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ

ଶେରଗଡ଼, (ବିଭୁ ପ୍ରସାଦ ଦାସ):ଶେରଗଡ଼ ବ୍ଲକରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ବୁଧବାର ଶେରଗଡ ବ୍ଲକ କାର୍ଯ୍ୟାଳୟ ପରିସରରେ ଭୀମ ଭୋଈ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଈଯାଈଛି। ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶିବାଶିଷ ବରାଳ ଙ୍କ ତତ୍ବାବଧାନରେ ଆୟୋଜିତ ଶିବିରରେ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ ଦୀପ ପ୍ରଜ୍ଜ୍ବଳନ କରି ଶିବିର କୁ ଉଦଘାଟନ କରିଥିଲେ। ଶିବିରରେ ସମୁଦାୟ ୨୪୮ ଜଣ ଭିନ୍ନକ୍ଷମ ପଞ୍ଜିକୃତ ହୋଈଥିଲେ। ସେଥିମଧ୍ୟରୁ ଶାରୀରିକ ଭିନ୍ନକ୍ଷମ ୧୨୪,ମାନସିକ ଅନଗ୍ରସର ୨୧,ଶ୍ରବଣ ବାଧିତ ୫୪,ଦୃଷ୍ଟି ଶକ୍ତି ବାଧିତ ୪୯ ଜଣ ପଞ୍ଜିକୃତ କରିଥିଲେ। ସେମାନଙ୍କୁ ବିଭିନ୍ନ ପ୍ରକାର ସହାୟତା ରେ ଉପକୃତ ହେବା ପାଇଁ ଚିହ୍ନଟ କରାଯାଇଥିଲା। ସହାୟତା ସହ ଜରୁରୀ ଉପକରଣ ପ୍ରଦାନ ନିମନ୍ତେ ୧୬୭ ଜଣ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ଅତିଥି ମାନେ ୩୦ ଜଣ ଭିନ୍ନକ୍ଷମ ଙ୍କୁ ତିନି ଚକିଆ ସାଈକେଲ ଏବଂ ୮ ଜଣଙ୍କୁ ହୁଈଲ ଚେୟାର ପ୍ରଦାନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସଏସଏସଓ ଭଞ୍ଜନଗର ଏସିଓ ଶବର,ଫିଜିଓଲୋଜିଷ୍ଟ ଡକ୍ଟର ରୋଜାଲିନ ପଟ୍ଟନାୟକ, ଡକ୍ଟର ଅକ୍କି ରେଡି ନନ୍ଦିନୀ, ଡକ୍ଟର ବି.ମିଲନ କୁମାର, ଡକ୍ଟର ଅଶୋକ ମହାପାତ୍ର, ଡକ୍ଟର ସୁଶାନ୍ତ କୁମାର ବେହେରା, ଡକ୍ଟର ଅରୁନ୍ଧତୀ ପାଣିଗ୍ରାହୀ,ଏବିଡିଓ ଏସ ଏସ ତରାଇ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ଜିଆରଏସ ଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ