ଶେରଗଡ଼ ବ୍ଲକ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା
ଶେରଗଡ଼, (ବିଭୁ ପ୍ରସାଦ ଦାଶ): ଶେରଗଡ଼ ବ୍ଲକ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ବିନାୟକ ପଣ୍ଡା ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଛନ୍ତି । ସେ ତାଙ୍କ ସରକାରୀ କାର୍ଯ୍ୟରେ ୨୦/୦୩/୧୯୮୫ ମସିହାରେ ହିଞ୍ଜିଳି ବ୍ଲକରେ ଭିଏଲଡବ୍ଳୁ ପଦବୀ ଯୋଗଦେଇଥିଲେ । ସେଠାରୁ ସେ ଜଗନ୍ନାଥ ପ୍ରସାଦ ,ସାନଖେମୁଣ୍ଡି ଓ ଦିଗପହଣ୍ଡି ଭିଏଲଡବ୍ଳୁ ଭାବେ ଟ୍ରାନ୍ସଫର ହୋଇ ବିଭିନ୍ନ ପଦବିର ଦାୟିତ୍ବରେ ରହି କାର୍ଯ୍ୟଭାର ଅତି ସୁଚାରୁ ରୂପେ ସମ୍ପାଦନ କରିଥିବା କରିଥିବା ଜଣାଯାଏ । ଦିଗପହଣ୍ଡିରୁ ସେ ଶେରଗଡ଼ ବ୍ଲକକୁ ଜିପିଇଓ (ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ) ରୂପେ ବଦଳି ହୋଇ ଆସି ପିତ୍ତଳ ପଞ୍ଚାୟତ ଦାୟିତ୍ବରେ ରହି ତାଙ୍କ କାର୍ଯ୍ୟ ସୁଚାରୁ ଭାବେ ପରିଚାଳନା କରିଥିଲେ । ପରେ ତା-୦୬/୧୨/୨୦୧୭ ତାରିଖରେ ଜିପିଇଓ ଭାବେ ପଦୋନ୍ନତି ପାଇଥିଲେ ଏବଂ ୨୨/୦୨/୨୦୨୮ ଶେରଗଡ଼ ବ୍ଲକରେ ଯୋଗଦାନ କରି ୩୧/୦୮/୨୦୨୦ ପର୍ଯ୍ୟନ୍ତ ତାହାଙ୍କ କାର୍ଯ୍ୟଭାର ତୁଲାଇଥିଲେ । ଅବସର କାଳିନ ସଭାରେ ବ୍ଲକ ବିଡ଼ିଓ ଶ୍ରୀସୁରଞ୍ଜନ କୁମାର ସାହୁ ଙ୍କ ପୌରହିତ୍ୟ କରିବା ସହ ବ୍ଲକର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ଏଥି ସହିତ ବିଏଲଓ ସୁପରଭାଇଜର ମାନେ ମଧ୍ୟ ଉପସ୍ଥିତ ଥିଲେ ।


