ଶେଷ ଦିନରେ ଘମାଘୋଟ ପ୍ରଚାର ଲଢେଇ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକର ୨୨,୨୩ ଓ ୨୪ନଂ ଜୋନପାଇଁ ଦ୍ୱିତୀୟ ପର୍ଯ୍ୟାୟରେ ୧୮ତାରିଖ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଶେଷ ଦିନରେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ଘମାଘୋଟ ପ୍ରଚାର ଲଢେଇରେ ସାମିଲ ହୋଇଛନ୍ତି । ବ୍ଲକର ୨୨ନଂ ଜୋନରେ ବିଜେଡିର ବଦ୍ରିନାରାୟଣ ରାଉତ, କଂଗ୍ରେସର ରମେଶ ଭାରତୀ ଓ ବିଜେପିର ସ୍ୱରାଜ ମହାପାତ୍ରଙ୍କ ମଧ୍ୟରେ ପ୍ରଚାର ଜୋରଦାର ହୋଇଥିବା ବେଳେ ଜୋନ ଅଧିନ ୮ଗୋଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ମାନେ ବାଇକ ରାଲି ଓ ପଦଯାତ୍ରାରେ ପ୍ରଚାର ଶେଷ କରିଛନ୍ତି । ୨୩ନଂ ଜୋନ ଠାରେବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ଲକ୍ଷ୍ମୀଧର ସାହୁ, ବିଜେପି ପ୍ରାର୍ଥୀ ସୁରେଶ ସାମଲ ଓ କଂଗ୍ରେସର ପ୍ରଭାତ ନଳିନୀ ପଣ୍ଡାଙ୍କ ମଧ୍ୟରେ ଆଜି ଜୋରଦାର ପ୍ରଚାର ହୋଇଥିବା  ଜଣାପଡିଛି। ସେହିଭଳି ୨୪ନଂ ଜୋନ ଠାରେ ବିଜେଡି ସମର୍ଥିତ ଜିଲ୍ଲା ପରିଷଦ ପ୍ରାର୍ଥୀ ଉତ୍କଳ କେଶରୀ ମହାନ୍ତି, କଂଗ୍ରେସ ସମର୍ଥିତ ଜିଲ୍ଲା ପରିଷଦ ତପସ୍ୱିନୀ ଜେନା ଓ ବିଜେପି ସମର୍ଥିତ ଅକ୍ଷୟ ସାମଲ ମଧ୍ୟ ଆଜି ବାଇକ ରାଲି ଓ ରୋଡ଼ ଶୋ ମାଧ୍ୟମରେ ପ୍ରଚାର କରିଛନ୍ତି । ଉକ୍ତ ଜୋନର ରହଣିଆ ପଞ୍ଚାୟତ ଠାରେ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ରଞ୍ଜନ ପରିଡା ଓ ସମିତିସଭ୍ୟା ପ୍ରାର୍ଥୀନୀ ସୁପ୍ରିୟା ସେଠୀ  ଏକ ବିରାଟ ବାଇକ ରାଲିରେ ପ୍ରଚାର କରିଥିବା ବେଳେ ବିଜେଡି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ମମତା ମାଝୀ ଓ ସମିତିସଭ୍ୟା ପ୍ରାର୍ଥୀନୀ ରୁନୁଜେନା ମଧ୍ୟ ବାଇକ ରାଲି ଜରିଆରେ ଗାଁ କୁ ଗାଁ ବୁଲିଛନ୍ତି। ଦକ୍ଷିଣବାଡ଼ ଠାରେ ହାସ୍ୟ ଅଭିନେତା ତଥା ବିଜେପି ନେତା ହରିହର ମହାପାତ୍ର ନିର୍ବାଚନୀ ସଭାରେ ଯୋଗଦେଇ ଦଳୀୟ ସମର୍ଥିତ ପ୍ରାର୍ଥୀ ମାନଙ୍କୁ ବହୁ ପରିମାଣରେ ଭୋଟ ଦେବାକୁ ନିବେଦନ କରିଛନ୍ତି । ଅନୁରୂପ ଭାବେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ମାନେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାରକୁ ଜୋରଦାର କରିବା ସହ ଭୋଟ ନିବେଦନ କରିଛନ୍ତି। ସେହିଭଳି ମାଳଦା, ଷୋଳମପୁର, ନପଙ୍ଗ, ରଣଜିତ, ସରସଦା, ବୟାବନାପୁର, ରାଜେନ୍ଦ୍ରପୁର, ନାଆମୀ, ସାନଶାସନ, ବିଷ୍ଣୁପୁର ପ୍ରମୁଖ ପଞ୍ଚାୟତରେ ବିଭିନ୍ନ ଦଳର ପ୍ରାର୍ଥୀ ମାନେ ନୂଆ ନୂଆ ତରିକାରେ ଆଜି ଶେଷ ଭୋଟ ପ୍ରଚାର କରିଛନ୍ତି। ଏତଦବ୍ୟତୀତ ରାଜ୍ୟ ବିଜେଡି ସମ୍ପାଦକ ପ୍ରଣୀତକାନ୍ତି ସାମଲ, ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳ ଓ ଜିଲ୍ଲା ସଭାପତି ସୁବ୍ରତ ଦାସ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନକୁ ଗସ୍ତ କରି ଦଳୀୟ ସମର୍ଥିତ ପ୍ରାର୍ଥୀ ମାନଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ