ଶେଷ ପର୍ଯ୍ୟାୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଆଗାମୀ ସାଧାରଣ ନିର୍ବାଚନ ନିମନ୍ତେ ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ – ୨୦୨୪ ଅକ୍ଟୋବର ମାସ ୨୭ ତାରିଖ ଠାରୁ ଆରମ୍ଭ ହୋଇ ଅଦ୍ୟାବଧି ଚାଲୁ ରହିଛି ଓ ଏହି ସଂଶୋଧନ କାର୍ଯ୍ୟକ୍ରମ ଆସନ୍ତା ଡିସେମ୍ବର ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଭୋଟର ତାଲିକାରେ ଯଦି କୌଣସି ପ୍ରକାରର ତ୍ରୁଟି ଥାଏ ତାହାହେଲେ ଏହି ସମୟ ମଧ୍ୟରେ ସେଥିରେ ସଂଶୋଧନ କରାାଯାଇ ପାରିବ । ଏଥି ନିମନ୍ତେ ନିର୍ବାଚାନ ଆୟୋଗଙ୍କ ନିର୍ଦ୍ଦେଶ ମତେ ଜିଲ୍ଲାର ସବୁ ବୁଥ୍ ରେ ୪ ଗୋଟି ସ୍ବତନ୍ତ୍ର ଅଭିଯାନ ଦିବସ କରାଯାଇ ତ୍ରୁଟି ସଂଶୋଧନ ସହ ନୂତନ ଭାବେ ଭୋଟର ତାଲିକାରେ ନାମ ପଞ୍ଜିକରଣ ନିମନ୍ତେ ଭୋଟରମାନଙ୍କୁ ସଚେତନତ କରାଯାଉଛି । ଇତି ମଧ୍ୟରେ ତିନିଗୋଟି ସ୍ବତନ୍ତ୍ର ଅଭିଯାନ ଦିବସ ଶେଷ ହୋଇଛି ଓ ଆସନ୍ତା ୨୫.୧୧.୨୦୨୩ (ଶନିବାର) ହେଉଛି ଶେଷ ସ୍ବତନ୍ତ୍ର ଅଭିଯାନ ଦିବସ । ଉକ୍ତ ଦିନ ରାଜ୍ୟର ସବୁ ବୁଥ୍ ରେ ବି.ଏଲ୍.ଓ. ମାନେ ଉପସ୍ଥିତ ରହି ଭୋଟରମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବା ସହ ସେମାନଙ୍କର ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରାଇବେ ଏବଂ ନୂତନ ଭୋଟରମାନଙ୍କୁ ଭୋଟର ତାଲିକାରେ ନାମ ପଞ୍ଜିକରଣ ପାଇଁ ସବୁ ପ୍ରକାରର ସହଯୋଗ କରିବ । ବର୍ତ୍ତମାନ ସୁଦ୍ଧା ସମଗ୍ର ଜିଲ୍ଲାରେ ୪୫୧୩ରୁ ଅଧିକ ଭୋଟର ତାଲିକାଭୁକ୍ତ ହେବା ପାଇଁ ଆବେଦନ କରିଛନ୍ତି ଏବଂ ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ ପାଇଁ ୩୦୩୭ ଜଣ ଭୋଟର ଆବେଦନ କରିଛନ୍ତି । ଭୋଟର ତାଲିକାର ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ପୂର୍ବରୁ ଅର୍ଥାତ୍ ଅଗଷ୍ଟ-ସେପ୍ଟମ୍ବର ମାସରେ ବୁଥ୍ ସ୍ତରୀୟ ଅଧିକାରୀମାନଙ୍କ ଦ୍ବାରା ଘରକୁ ଘର ବୁଲି ସର୍ବେକ୍ଷଣ କରାଯାଇଥିଲା । ସେତେବେଳେ ପ୍ରାୟ ୫୦୫୩ ନୂଆ ଭୋଟରଙ୍କୁ ଭୋଟର ତାଲିକାରେ ପଞ୍ଜିକୃତ କରାଯାଇଥିଲା ଏବଂ ୬୧୮୭ ଭୋଟରଙ୍କର ଭୋଟର ତାଲିକାରେ ଥିବା ତ୍ରୁଟି ସଂଶୋଧନ କରାଯାଇଥିଲା । ସେହି ଭୋଟରମାନଙ୍କୁ ଖୁବ୍ ଶୀଘ୍ର ଭୋଟର ଫଟୋ ପରିଚୟ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ପ୍ରକାଶ କରିଛନ୍ତି । ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ବି.ଏଲ୍.ଓ. ଓ ଅନ୍ୟାନ୍ୟ ଅଧିକାରୀମାନଙ୍କ କାର୍ଯ୍ୟକୁ ମୁଖ୍ୟ ନିର୍ବାଚାନ ଅଧିକାରୀ ଶ୍ରୀ ଧଳ ଏବଂ ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ପ୍ରଧାନ ଭୂୟସୀ ପ୍ରଶଂସା କରିବା ସହ ଆସନ୍ତା ୨୫ ତାରିଖ (ଶନିବାର) ହେବାକୁ ଥିବା ସେଷ ସ୍ବତନ୍ତ୍ର ଅଭିଯାନ ଦିବସରେ ପ୍ରତି ବୁଥ୍ ରେ ଅଂଶ ଗ୍ରହଣ କରିବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ