ଶେଷ ହେଉଛି ଏରିକ୍ସନର ବକେୟା ଅବଧି

ନୂଆଦିଲ୍ଲୀ, (ଏଜେନ୍ସି): ସୁପ୍ରିମ କୋର୍ଟ ଦ୍ୱାରା ଏରିକ୍ସନର ବକେୟା ପେମେକାରୀଙ୍କ ପାଇଁ ରିଲାଏନ୍ସ କମ୍ୟୁନିକେସନ୍ (ଆର୍କମ୍)କୁ ଦିଆଯାଇଥିବା ୪ସପ୍ତାହର ସମୟସୀମା ଅଧାରୁ ଅଧିକ ବିତିସାରିଲାଣି । ଏଥିସହ ଆରକମ୍ର ସମସ୍ୟା ମଧ୍ୟ ବଢ଼ିଯାଇଛି । ସୁପ୍ରିମକୋର୍ଟର ଅବମାନନାରୁ ରକ୍ଷା କରିବା ପାଇଁ ଆରକମ୍ର ମୁଖ୍ୟ ଅନିଲ ଅମ୍ବାନୀ ଓ ତାଙ୍କର ଗ୍ରୁପ୍ ଏରିକ୍ସନକୁ ୪୫୩କୋଟି ଟଙ୍କାର ବକେୟା ପେମେଣ୍ଟର ଉପାୟରେ ଲାଗିଛନ୍ତି । ହେଲେ ଆଗାମୀ ସମୟରେ ଆରକମ୍ର ସମସ୍ୟା ବଢ଼ିବାକୁ ଯାଉଛି । କାହିଁକି ନା କେତେକ ନେଣଦେଣକାରୀ କମ୍ପାନୀ ଓ ତାହାର ନିର୍ଦ୍ଦେଶକଙ୍କ ଠାରୁ ନିଜର ବକେୟା ଆଦାୟ କରିବା ପାଇଁ ସୁପ୍ରିମକୋର୍ଟରେ ଲାଇନ୍ରେ ଠିଆ ହେଇଛନ୍ତି । ଏହି ନେଣଦେଣର ଯାଚିକାରେ ଶୁଣାଣୀ ସୋମବାର ହେବାର ସମ୍ଭାବନା ରହିଛି । ସୁପ୍ରିମକୋର୍ଟର ୱେବ୍ସାଇଟ୍ ଅନୁସାରେ ଜଷ୍ଟିସ୍ ରେହିଣ୍ଟନ ନରୀମନ୍ଙ୍କ ପକ୍ଷରୁ ବିନିତ ସରନ୍ଙ୍କ ପୀଠ ସମ୍ମୁଖରେ ମାମଲାର ଶୁଣାଣୀ କରାଯିବ । ମରିସ୍ସର କମ୍ପାନୀ ଏଚ୍ଏସ୍ବିସି ଡେଜୀ ନିବେଶ ନେତୃତ୍ୱରେ ରିଲାଏନ୍ସ ଇନ୍ଫ୍ରାଟେଲ୍ର ମାଇନରିଟି ଇନ୍ଭେଷ୍ଟର୍ସ ଏକ ସମୂହ ଅନିଲ୍ ଅମ୍ବାନୀ, ଆର୍କମ୍ ତଥା ଗ୍ରୁପ୍ର ଅନ୍ୟ କମ୍ପାନୀଗୁଡ଼ିକର ନିର୍ଦ୍ଦେଶକଙ୍କ ବିରୋଧରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ଏହି ଖଣ୍ଡପୀଠ ୨୦ଫେବ୍ରୁଆରୀରେ ଏରିକ୍ସନ ମାମଲାରେ ଆଦେଶ ପାରିତ କରିଥିଲା । ଅବମାନନା ଯାଚିକାରେ ଜବାବ ଅମ୍ବାନୀ ଓ ଆର୍କମ୍ ବ୍ୟତୀତ, ଆର୍କମ୍ର ନିର୍ଦ୍ଦେଶକ ଦୀପକ ଶୌରୀ, ରାଜ ନାରାୟଣ ଭାଦ୍ୱଜ, ପୁନିତ୍ ଗର୍ଗ, ଏ.କେ ପୁରୱାର, ଜୟରମଣ ରାମଚନ୍ଦ୍ରନ୍, ମଞ୍ଜରୀ ଅଶୋକ କାକେର ଆଦି ଦେବେ ।
ରିଲାଏନ୍ସ ଇନ୍ଫ୍ରାଟେଲ୍, ଏଚ୍ଏସ୍ବିସି ଡେଜୀ ଓ ଅନ୍ୟଙ୍କ ମଧ୍ୟରେ ହୋଇଥିବା ବୁଝାମଣାର ସର୍ତ୍ତ ଅନୁସାରେ ରିଲାଏନ୍ସ ଇନ୍ଫ୍ରାଟେଲ୍କୁ ବକେୟାର ରାଶି ଆସନ୍ତା ୬ମାସ ଭିତରେ ଆଦାୟ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ