ଶେୟାରଇଟ୍ ଭାରତର ଶ୍ରେଷ୍ଠ ବିଜ୍ଞାପନ ନେଟ୍ୱାର୍କରେ ୫ମ ସ୍ଥାନ ହାସଲ କଲା
ନୂଆଦିଲ୍ଲୀ : ନେଟ୍ୱାର୍କ ବିଜ୍ଞାପନ କ୍ଷେତ୍ରରେ କାର୍ଯ୍ୟ କରୁଥିôବା ଶେୟାରଇଟ୍ ଭାରତରେ ଶ୍ରେଷ୍ଠ କମ୍ପାନୀ ମଧ୍ୟରେ ୫ସ୍ଥାନ ହାସଲ କରିଥିବାବେଳେ ଦକ୍ଷିଣପୂର୍ବ ଏସିଆ ଗ୍ରୋଥ୍ ଇଣ୍ଡେକ୍ସ୍ରେ ୩ୟ ସ୍ଥାନ ହାସଲ କରିଛି । ଆପସ୍ ଫ୍ଲେୟାରର ଦଶମ ସଂସ୍କରଣରେ ନିଜର ପ୍ରଦର୍ଶନ ଇଣ୍ଡେକ୍ସ୍ ଆଧାରରେ ଶେୟାରଇଟ୍ ଏଭଳି ସଫଳତା ଲାଭ କରିପାରିଛି । ଏସମ୍ପର୍କରେ “ଆପସ୍ ଫ୍ଲେୟାର-୨୦୨୦ ଗ୍ରୋଥ୍ ଇଣ୍ଡେକ୍ସ୍: ଇଣ୍ଡୋନେସିଆ, ଥାଇଲାଣ୍ଡ୍, ଭିଏତ୍ନାମ୍, ସିଙ୍ଗାପୁର” ରିପୋର୍ଟରେ ପ୍ରକାଶ ପାଇଛି । ଇଣ୍ଡୋନେସିଆରେ ଶେୟାରଇଟ୍ ନନ୍-ଗେମିଂ ବର୍ଗରେ ବିଜ୍ଞାପନ ନେଟ୍ୱାର୍କ ଭାବେ ୧ ନମ୍ବରରେ ରହିଛି । ଏନେଇ ଶେୟାରଇଟ୍ ବେଶ୍ ଉତ୍ସାହିତ ହୋଇଛି । ଏହା ଦ୍ୱାରା ବିଜ୍ଞାପନଦାତାଙ୍କ ପାଇଁ ପଥ ଉନ୍ମୁକ୍ତ ହୋଇଛି । ଆପସ୍ ଫ୍ଲେୟାର ବିଶ୍ୱସ୍ତରୀୟ ମୋବାଇଲ୍ ଡାଟା ଅନାଲିଟିକ୍ସ୍ କମ୍ପାନୀ ଭାବେ ମୋବାଇଲ୍ ବିଜ୍ଞାପନ ରିପୋର୍ଟ ପ୍ରକାଶ କରିଥାଏ । ଏହାର ପ୍ରଥମ ସଂସ୍କରଣ ୨୦୧୫ରେ ପ୍ରକାଶ ପାଇଥିଲା । ଏହି ଇଣ୍ଡେକ୍ସ୍ ଆପ୍ ମାର୍କେଟରଙ୍କ ପାଇଁ ଶ୍ରେଷ୍ଠ ଟୁଲ୍ ଭାବେ ବିଶ୍ୱସ୍ତରରେ କାର୍ଯ୍ୟ କରିଥାଏ । ଏହା ୨୫ ବିଲିୟନ୍ ଇନଷ୍ଟଲ ଏବଂ ୫୨ ବିଲିୟନ୍ ଆପ୍ ୧୬ ହଜାର ଆପ୍ରେ ଓପନ ହୋଇଛନ୍ତି । ଭାରତ ଏବଂ ଇଣ୍ଡୋନେସିଆରେ ଶେୟାରଇଟ୍ର ୬୦୦ ନିୟୁତରୁ ଅଧିକ ଡାଉନଲୋଡ୍ କରାଯାଇଛି । ବହୁବିଧ ଭାଷାରେ କେଂଟ୍ ଉପଲବ୍ଧ କରାଇବା ଲାଗି ଏହା ଅଲଟ୍ ବାଲାଜୀ, ହଙ୍ଗାମା ହଟ୍ଷ୍ଟାର୍ ଆଦି ପ୍ଲାଟଫର୍ମ ସହିତ ଅଂଶୀଦାର ହୋଇଛି । ଏହା ଗୁଗଲ୍ ପ୍ଲେ ସହିତ ମିଳିତ ଭାବେ କାର୍ଯ୍ୟ କରୁଛି । ଏହା ସହିତ ଶେୟାରଇଟ୍ ଆଲଗରିଦମ୍ ମେଟ୍ରିକ୍ସ୍ ବ୍ୟବହାର କରି ୟୁଜର ପ୍ରୋଫାଇଲ୍ ଏବଂ ସେମାନଙ୍କ କଞ୍ଜପଶନ୍ ପାର୍ଟନ ବୁଝିବାର ପ୍ରୟାସ କରୁଛି । ଏହି ଅବସରରେ ଶେୟାରଇଟ୍ ଇଣ୍ଡିଆର ସିଇଓ ତଥା ଗ୍ଲୋବାଲ ଉପସଭାପତି କରମ ମାଲହୋତ୍ରା କହିଲେ, ଗତ ୧୦ ବର୍ଷ ଧରି ମୋବାଇଲ୍ ଆପ୍ଲିକେଶନ ଶିଳ୍ପ ଅଭିବୃଦ୍ଧି ଜାରି ରଖିଛି । ଏପରିସ୍ଥଳେ ଏକ୍ଷେତ୍ରରେ ବହୁ କମ୍ପାନୀ କାର୍ଯ୍ୟ କରୁଛନ୍ତି । ଫଳରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟ ବୃଦ୍ଧି ପାଇଛି । ଶେୟାରଇଟ୍ର ସଫଳତା ନେଇ ଆମେ ବେଶ୍ ଉତ୍ସାହିତ । ଶେୟାରଇଟ୍ ଉଭୟ ଗୁଗଲ ପ୍ଲେ ଷ୍ଟୋର ଏବଂ ଆଇଓଏସ୍ ଆପ୍ ଷ୍ଟୋରରେ ଉପଲବ୍ଧ ହେଉଛି । ସୂଚନାଯୋଗ୍ୟ, ଆପ୍ଆନ୍ନି ଅନୁସାରେ ଶେୟାରଇଟ୍ ୨୦୧୯ରେ ଆପଲ ଆଇଓଏସ୍ ଆପ୍ ଷ୍ଟୋର୍ ଏବଂ ଗୁଗଲ ପ୍ଲେ ଷ୍ଟୋରରେ ଶ୍ରେଷ୍ଠ ଡାଉନଲୋଡ୍ ଆପ୍ ଭାବେ ୬ମସ୍ଥାନ ହାସଲ କରିଥିଲା । ଏହାର ବିଶ୍ୱସ୍ତରରେ ୧.୮ ବିଲିୟନ୍ ୟୁଜର ରହିଛନ୍ତି । ସେହିପରି ଭାରତ ଏବଂ ଇଣ୍ଡୋନେସିଆରେ ଏହାର ୬୦୦ ନିୟୁତ ୟୁଜର ରହିଛନ୍ତି । ଏହା ମାସିକ ଆକ୍ଟିଭ୍ ୟୁଜର ସଂଖ୍ୟା ୫୦୦ ନିୟୁତରୁ ଅଧିକ ରହିଛି । ଏହା ୪୫ଟିରୁ ଅଧିକ ଭାଷାରେ କାର୍ଯ୍ୟ କରୁଛି ।