ଶୈବ ପୀଠରେ କାଉଡିଆଙ୍କ ଭିଡ

କୋଣାର୍କ , (ଯୁଗାବ୍ଦ ନ୍ୟୁଜ) : ଚାଲିଛି ଶ୍ରାବଣ ମାସ । ଏହି ଶ୍ରାବଣ ମାସରେ ପାଣି ଭାର ନେଇ ଦେବଦେବ ମହାଦେବଙ୍କ ମସ୍ଥକରେ ପାଣି ଢାଳୀଲେ ମାନସିକ ପୂର୍ଣ ହୁଏ ବୋଲି ବିଶ୍ବାସ ଅଛି । ସେଥିପାଇଁ ମାନସିକଧାରୀ ମାନେ ପାଣିଭାର ନେଇ ଶିବଙ୍କ ଜଟାରେ ଢାଳିଥିନ୍ତି । ଗତ ସୋମବାର ଗ୍ରହଣ ସପ୍ତାହ ଥିବାରୁ ଶୈବପୀଠ ମାନଙ୍କରେ ବିଶେଷ ଭିଡ ଦେଖିବାକୁ ମିଳିନଥିଲା । କିନ୍ତୁ ୨ୟପାଳି ସୋମବାର କାଉଡିଆମାନେ ପାଣି ଭାରନେଇ ନିଜନିଜର ଗନ୍ତବ୍ୟ ପଥରେ ବାହାରିପଡିଥିଲେ । ଯେତେ କଷ୍ଠ ହେଲେବି ବାବଙ୍କ ନାମ ଧରି ମାଇଲ ମାଇଲ ବାଟ ଅତି ସହଜରେ ଅତିକ୍ରମ କରିହୁଏ ଵୋଲି କହିଛନ୍ତି କାଉଡିଆ । କାକଟପୁର. ଅସ୍ତରଙ୍ଗ ଏବଂ ଜଗସିଂହପୁର ଆଦି ଅଂଚଳର କାଉଡିଆମାନେ ପ୍ରାଚୀ ନଦୀରୁ ପାଣିଭାର ଉଠାଇ .ଲୋକନାଥ ଓ ବାଲିକପିଳେଶ୍ବରଙ୍କ ଉଦ୍ୟଶରେ ଯାତ୍ରା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ