ଶୈଳବାଳା ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ରକ୍ତଦାନ ଶିବିର ୨ରେ
ହାଟଡିହି, (ବିକାଶ ବିଶ୍ୱାଳ ) : ଶୈଳବାଳା ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ଅଙ୍ଗଦାନ ଶିବିର ଆସନ୍ତା ଜାନୁୟାରୀ ମାସ ୨ତାରିଖ ଦିନ ଇଞ୍ଚୋଳ ଠାରେ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ କରାଯାଇ କାର୍ଯ୍ୟକ୍ରମକୁ ଚୁଡାନ୍ତ କରାଯାଇଛି । ଶୈଳବାଳା ଫାଉଣ୍ଡେସନର ସଭାପତି ରାଜୀବ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ସାମ୍ବାଦିକ କିଶୋର ଆଚାର୍ଯ୍ୟ, ସୁକୁମାର ନାୟକ, ଅଜୟ ନାୟକ, ଜଗନ୍ନାଥ ସାହୁ, ବିକ୍ରମ ପ୍ରଧାନ, ପୁର୍ଣ୍ଣଚନ୍ଦ୍ର ସାହୁ, ପ୍ରଭାତ ପାତ୍ର ପ୍ରମୁଖ ଯୋଗଦେଇ ବାର୍ଷିକ ଉତ୍ସବର ସଫଳତା ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବା ସହିତ ରକ୍ତଦାନ ଓ ଅଙ୍ଗଦାନ ଶିବିରକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ । ଏହା ସହିତ ଉତ୍କଳ ଗୌରବ ସେବା ସମ୍ମାନ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଶିବିରରେ ରକ୍ତଦାନ ଓ ଅଙ୍ଗଦାନ କରିବାକୁ ଇଛୁକ ବ୍ୟକ୍ତିମାନେ ରାଜୀବ ନାୟକ ୯୯୩୭୯୧୧୨୨୨, ସୁକୁମାର ନାୟକ ୯୬୫୮୭୦୫୨୮୯, ଅଜୟ ନାୟକଙ୍କ ୯୬୫୮୪୫୦୫୮୯ ନମ୍ବରରେ ଯୋଗଯୋଗ କରିବାକୁ ନିବେଦନ କରାଯାଇଛି ।