ଶୈଳବାଳା ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ

ହାଟଡିହି, (ବିକାଶ ବିଶ୍ୱାଳ) :ଶୈଳବାଳା ଫାଉଣ୍ଡେସନର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଫାଉଣ୍ଡେସନର ସଭାପତି ରାଜୀବ ଲୋଚନ ନାୟକ ଓ ସମ୍ପାଦକ ସୁକୁମାର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ଯୋଗଦେଇ ସମାଜସେବା କ୍ଷେତ୍ରରେ ଶୈଳବାଳା ଫାଉଣ୍ଡେସନ ଏକ ମୁଖ୍ୟ ଭୁମିକା ଗ୍ରହଣ କରିଆସିଛି ବୋଲି ମତଦେବାସହ ଆଗାମୀ ଦିନ ଗୁଡିକରେ ତାହାର କାର୍ଯ୍ୟକୁ ଅଧିକ ପ୍ରସାରିତ କରିବାକୁ ଆହ୍ୱାନ ଦେଇଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଐଶ୍ୱର୍ଯ୍ୟା ସୋସିଆଲ ଡେଭଲପମେଣ୍ଟର ସଭାପତି ଏ.ଏସ ଐଶ୍ୱର୍ଯ୍ୟାରାଣୀ ଯୋଗଦେଇ ଆଜିର ଯୁବକ ଯୁବତୀମାନେ ସମାଜସେବାକୁ ବ୍ରତ ଭାବେ ଗ୍ରହଣ କରିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥି ଭାବେ ପୁର୍ବତନ ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ ଯୋଗଦେଇ ଶୈଳବାଳା ଫାଉଣ୍ଡେସନର ସମାଜସେବା କାର୍ଯ୍ୟକୁ ଖୁବ ପ୍ରସଂଶା କରିବା ସହିତ ସମସ୍ତେ ସମାଜସେବା ପାଇଁ ବ୍ରତୀ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତ ବିଜେଡି ସଭାପତି ଅଭିମନ୍ୟୁ ସେଠୀ, ବାରିପଦାର ସମାଜସେବୀ ଡ. ନିରୋଜ ପୋଥାଳ, ସମାଜସେବୀ ନରୋତ୍ତମ ଦାସ, କେନ୍ଦୁଝରର ସମାଜସେବୀ ସଞ୍ଜିବ ସାହୁ, ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଯୋଗଦେଇ ଗରିବ ଅସହାୟ ମାନଙ୍କ ପାଇଁ ସାମାଜିକ ସଂଗଠନ ଗୁଡିକ ସବୁବେଳେ ସହଯୋଗର ହାତ ବଢ଼ାଇ ଚାଲିଛନ୍ତି । ଯିଏ ଯେଉଁଠି ବି ଥାଉ ସମସ୍ତଙ୍କୁ ଭାଗିଦାରୀ ମାଧ୍ୟମରେ ସେବା କାର୍ଯ୍ୟକରିବାକୁ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମାଜିକ ସଂଗଠନ ଗୁଡିକୁ ଉତ୍କଳ ଗୌରବ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । କୁନି କୁନି ବାଳିକାଙ୍କ ଦ୍ୱାରା ଓଡିଶୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ସମାଜସେବୀ ଓମ ପ୍ରକାଶ ସାହୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଜୟ କୁମାର ନାୟକ, ଶଶାଙ୍କ ଶେଖର ସେନାପତି, ବନମାଳୀ ନାୟକ, ସରୋଜ ନାୟକ, ଚିତ୍ତରଞ୍ଜନ ନାୟକ, ବାପୁଜି ସୁଆର, ତପନ ରାଉତ, ଶିବ ଶଙ୍କର ବିଶ୍ୱାଳ, ଶ୍ରୀମନ୍ତ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ