ଶୈଶବ ଇଣ୍ଡିଆ ଫାଉଣ୍ଡେସନ ପକ୍ଷରୁ କଲାମଙ୍କ ୮୮ତମ ଜୟନ୍ତୀ ପାଳିତ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ଭାରତ ରତ୍ନ ଏବଂ ପୂର୍ବତନ ରାଷ୍ଟ୍ରପତି ଡଃ ଏପିଜେ ଅବଦୁଲ କଲାମଙ୍କ ୮୮ତମ ଜୟନ୍ତୀ ଅବସରରେ ଶୈଶବ ଇଣ୍ଡିଆ ଫାଉଣ୍ଡେସନ ତରଫରୁ ଆଜି ଜୟଦେବ ଭବନଠାରେ ଗୋଟେଦିନ କଲାମଙ୍କ ପାଇଁ ଅନୁଷ୍ଠିତ ହୋଇଅଛି । ଓଡିଶା ବିଧାନସଭା ବାଚସ୍ପତି ଡଃ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଉକ୍ତ ଦିବସରେ ପାଳିତ ହେଉଥିବା ବିଶ୍ୱ ଛାତ୍ର ଦିବସକୁ ଆନୁଷ୍ଠାନିକଭାବେ ଉଦଘାଟନ କରି ସେ ନିଜ ବକ୍ତବ୍ୟରେ ମିଜାଇଲମ୍ୟାନ କଲାମଙ୍କ ରାଷ୍ଟ୍ରଭକ୍ତି ତଥା ଦେଶ ପାଇଁ ତାଙ୍କର ବିଶେଷ ଅବଦାନର ବ୍ୟାଖ୍ୟା କରିଥିଲେ । ସେ ଶୈଶବ ଇଣ୍ଡିଆ ଫାଉଣ୍ଡେସନର କ୍ରମାଗତ ଭାବେ ୫ମ ଥର ପାଇଁ ଏଭଳି ମହାନ ବ୍ୟକ୍ତିର ସ୍ମୃତିସଭା ରାଜଧାନୀରେ ପାଳନ କରୁଥିବାରୁ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ମନୋଜ କୁମାର ମହାପାତ୍ର କଲାମଙ୍କ ଜୀବନୀର ଉତଥାନ ପତନର ନିଚ୍ଛକ ସତ୍ୟଘଟଣା, ଜଣେ ସରଳ ଏବ ନିରାଡମ୍ବର ଜୀବନ ବିତାଇଥିବା ଡଃ କଲାମଙ୍କ ସ୍ମୃତିଚାରଣ ପୂର୍ବକ ଦେଶ ପ୍ରିତୀ ପ୍ରସଙ୍ଗରେ ଏକ ଭାବମୟ ପରିବେଶ ସୃଷ୍ଟି କରିଥିଲେ ଏବଂ ନିଜ ଅନୁଭୁତିରୁ କଲାମଙ୍କ ଜୀବନୀ ଉପରେ ଆଧାରିତ କିଛି ପୁସ୍ତକ ରଚନା କରିଥିବା କଥା ପ୍ରକାଶ କରିଥିଲେ ।
ସମ୍ମାନୀତ ଅତିଥି ଭାବେ ଡଃ ଅଭୟ ନାୟକ, କୂଳସଚିବ ନାଇଜର, ଏବଂ ଶ୍ରୀ ଗୋବିନ୍ଦ ରଥ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତ କଲାମଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପାରମ୍ଭରେ ସଂସ୍ଥାର ସଂପାଦିକା ବୀଣାପାଣି ଜୟସିଂ ବାର୍ଷିକ ବିବରଣୀ ଉପସ୍ଥାପନା କରିଥିବାବେଳେ ଜନଜାତି ଓ ଉପଜାତି ତଥା ସଂଖ୍ୟା ଲଘୁ ସମୁଦାୟର ଉପଦେଷ୍ଠା ମୁନା୍ନ ଖାନ ସ୍ୱାଗତ ଭାଷଣ ଦେଇଥିଲେ । ସାରା ବିଶ୍ୱରେ ପାଳିତ ହେଉଥିବା ଏଭଳି କାର୍ଯ୍ୟକ୍ରମକୁ ସଂସ୍ଥାର ଟ୍ରଷ୍ଟି ବୈଜ୍ଞାନିକ ଚିତ୍ତ ରଂଜନ ମିଶ୍ର ଅଧ୍ୟକ୍ଷତା କରି କଲାମଙ୍କ ଆଦର୍ଶ ଉପରେ ଅଲୋକପାତ କରି ଛାତ୍ରମାନଙ୍କ ଭିତରେ ବୈଜ୍ଞାନିକ ମନୋଭାବକୁ ଜାଗୃତ କରିଥିଲେ ।କଲାମଙ୍କ ଏକ ଫଟୋଚିତ୍ରକୁ ଅତିଥିମାନେ ଉନ୍ମୋଚନ କରି ସଂସ୍ଥା ତରଫରୁ ଲୋକାର୍ପଣ କରାଯାଇଥିଲା । ପ୍ଲାଷ୍ଟି ବୟବହାର ବର୍ଜ୍ଜନ କରିବା ଏବଂ ସଡକ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ଜୀବନ ବଂଚାଇବା ସଚେତନତା ବାର୍ତ୍ତା ପ୍ରସାରଣ ଉଦ୍ଦେଶ୍ୟରେ ଏକ କାଗଜ ବ୍ୟାଗ ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା । ଶେଷରେ ୧୨ଜଣ ପ୍ରତିଭାବାନ ବ୍ୟକ୍ତିବିଶେଷଙ୍କୁ ଡଃ ଏପିଜେ ଅବଦୁଲ କଲାମ ସମ୍ମାନରେ ଏକ ମାନ ପତ୍ର, ଉପଢୌକନ, କଲାମଙ୍କ ଫଟୋଚିତ୍ର ଏବଂ ଟ୍ରଫି ପ୍ରଦାନ ପୁର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ମୁଖ୍ୟ ଆୟୋଜକ ରଜନୀକାନ୍ତ ସାମନ୍ତରାୟ ସଭା ପରିଚାଳନା କରିଥିବାବେଳେ ଗୋବିନ୍ଦ ଚନ୍ଦ୍ର ଜେନା, ରାଧାରମଣ ଗୋସ୍ୱାମୀ, ଅଧୀର ନନ୍ଦ,କାମିନୀ କୁମାର ସ୍ୱାଇଁ, ଚୁମକୀ ବେହେରା, ସାଦିକ୍ ଅଲ୍ଲୀ ପ୍ରମୁଖ ସହଯୋଗ କରିଥିଲେ ।