ଶୋଇଲେ ମିଳେ ଦରମା ୧୩ ଲକ୍ଷ
ନାସା ପକ୍ଷରୁ କେତେକ ସମୟରେ ଏକ ଚାକିରିର ବିଜ୍ଞାପନ ଦିଆଯାଇଥାଏ । ଏଥିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ । ନାସା ଏଭଳି ବ୍ୟକ୍ତିଙ୍କୁ ୧୯ ହଜାର ଡଲାର ଅର୍ଥାତ୍ ୧୩ ଲକ୍ଷ ୪୨ ହଜାର ୫ ଶହ ୨୧ ଟଙ୍କା ଦରମା ଦେଇଥାଏ । ମହାକାଶରେ ଯାତ୍ରା ସମୟରେ ମାନବ ଶରୀର ଉପରେ କିଭଳି ପ୍ରଭାବ ପଡ଼ିଥାଏ ତାହାର ପରୀକ୍ଷଣ କରିବା ପାଇଁ ନାସା ପକ୍ଷରୁ ଯୋଗ୍ୟ ବ୍ୟକ୍ତିଙ୍କଠାରୁ ଆବେଦନ ଆହ୍ୱାନ କରାଯାଇଥାଏ । ଦୁଇ ମାସ ୧୦ଦିନର ଏହି ଅସ୍ଥାୟୀ ·କିରୀ ପାଇଁ କେବଳ ଶୋଇବା ପାଇଁ ଏହି ପାରିଶ୍ରମିକ ମିଳିଥାଏ । ଚୟନ ହୋଇଥିବା ବ୍ୟକ୍ତିିଙ୍କୁ ଅଫିସ୍ ସମୟରେ ଦିନ ୧୦ଟାଠାରୁ ୫ଟା ପର୍ଯ୍ୟନ୍ତ ନାସାର ଗବେଷଣାଗାରରେ ଏକ ଘୂର୍ଣ୍ଣାୟମାନ ଖଟରେ ଶୋଇବାକୁ ପଡ଼ିଥାଏ । ନାସା ପକ୍ଷରୁ ଏଭଳି ୨୪ ଜଣ ଲୋକଙ୍କୁ ଚୟନ କରାଯାଇଥାଏ । ସେମାନଙ୍କ ମଧ୍ୟରେ ୧୨ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ରହିଥାନ୍ତି ।


