ଶୋକାକୁଳ ପରିବେଶରେ କଲେଜ ଅଧକ୍ଷଙ୍କ ଅନ୍ତିମ ସଂସ୍କାର ସଂମ୍ପର୍ଣ୍ଣ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍) : କ୍ଷତ୍ରିୟବରପୁର ଆଞ୍ଚଳିକ ମହାବିଦ୍ୟାଳୟର ପ୍ରିୟ ଅଧକ୍ଷ ଅମୁଲ୍ୟ ଦାସଙ୍କ ଅନ୍ତିମ ସଂସ୍କାର ଶୋକାକୁଳ ପରିବେଶ ମଧ୍ୟରେ ନିଜ ଗ୍ରାମ ମାଟିରେ ଅନ୍ତିମ ସଂସ୍କାର ସମ୍ପର୍ଣ୍ଣ ହୋଇଯାଇଛି । ଗତକାଲି ମହାବିଦ୍ୟାଳୟର ୩୬ ତମ ସ୍ୱନକ୍ଷତ୍ର ଦିବସରେ ହଠାତ୍ ଅଧକ୍ଷ ଅସୁସ୍ଥ ହୋଇପଡିଥିଲେ । ଏହା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ତାଙ୍କୁ ଆମ୍ବୁୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ଯାଉଥିବା ସମୟରେ ବ୍ରହ୍ମପୁର ବଡ ମେଡିକାଲ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅଧକ୍ଷଙ୍କ ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଥିଲା । ରାତ୍ର ପ୍ରାୟ ୧୧ ଟା ସମୟରେ ଆଜି ତାଙ୍କର ପାର୍ଥିବ ଶରୀର ଦର୍ଶନ କରିବା ନିମନ୍ତେ ଶହ ଶହ ଛାତ୍ର ଛାତ୍ରୀ ଙ୍କ ସୁଅ ଛୁଟିଥିଲା । ଶନିବାର ସକାଳ ପ୍ରାୟ ୭ .୩୦ ଘଣ୍ଟା ସମୟରେ ସୁସଜ୍ଜିତ ଏକ ଜିପ୍ରେ ତାଙ୍କର ମର ଶରୀର କୁ ବିରିପୁର ,ଗୋବରା ,କ୍ଷତ୍ରିୟବରପୁର,ଶହ ଶହ ଛାତ୍ର ଛାତ୍ରୀ ଶୋକାକୁଳ ପରିବେଶରେ ମର ଶରୀରକୁ ଗ୍ରାମ ଗୁଡିକ ବୁଲାଇବା ସହ ସୋରଡା ବିଧାୟକ ପୂଣ୍ଣଚନ୍ଦ୍ର ସ୍ୱାଇଁ ,ଆମ ପୋଲିସ ସମିତିର ତରଫରୁ ଗାଙ୍ଗପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ,ପ୍ରେସ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ,ଦଶପଲ୍ଲା ତହସିଲଦାର ପ୍ରମୋଦ ଦଳ ବେହେରା ,ବ୍ଳକ ପ୍ରାକ୍ତନ ଅଧକ୍ଷ ପ୍ରଶାନ୍ତ ନାୟକ ,କଲେଜର କର୍ମଚାରୀ ବହୁ ମାନ୍ୟଗଥ୍ୟ ବ୍ୟକ୍ତି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସ୍ୱର୍ଗତ ଅମୁଲ୍ୟ ଦାସଙ୍କ ମୃତ୍ୟୁ ସମଗ୍ର ଘୁମୁସର ଅଂଚଳ ପାଇଁ ଏକ ଅପୁରଣୀୟ କ୍ଷତି ହୋଇଛି । ଏଭଳି ଜଣେ ଉଚ୍ଚ ସଂମ୍ପନ୍ନ ,ମିଷ୍ଟଭାଷୀ ଅଧକ୍ଷକୁ ହରାଇ ଗାଁ ମାଟି କାନ୍ଦୁଛି ।