ଶୌଚ ଯିବାକୁ କହି ଅନ୍ଧାରର ସୁଯୋଗ ନେଇ ଖସିଗଲା ଆଜୀବନ କଏଦୀ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ରାଇରଙ୍ଗପୁରର କାରାଗାରର ଜଣେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ଯକ୍ଷ୍ମା ରୋଗରେ ଆକ୍ରାନ୍ତ କଏଦୀକୁ ବାରିପଦା ପଣ୍ତିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲରେ ଶୁକ୍ରବାର ଦିନ ସ୍ବାସ୍ଥ୍ୟ ପରୀକ୍ଷା କରାଇ ଫେରୁଥିବା ସମୟରେ ବିଶୋଇ ଥାନା ଅନ୍ତର୍ଗତ ଖନ୍ଦୁଳିଆ ଗ୍ରାମ ରାସ୍ତା ପାଖ ଧାନକୁ ଶୌଚ ଯିବାକୁ କହି ଯାଇଥିଲା ଓ ସଂଧ୍ୟାର ସୁଯୋଗ ନେଇ ଫେରାର ହୋଇଯାଇଥିବା ଭଳି ଏକ ଚାଞ୍ଚଲ୍ୟ କାରୀ ଘଟଣା ଘଟିଯାଇଛି । ସୂଚନାଯୋଗ୍ୟ ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ଝରାଡିହି ଫାଣ୍ଡି ଅଂଚଳର ବିମାନ ମାରାଣ୍ଡି ୨୦୧୩ ରେ ଏକ ହତ୍ୟାକାଣ୍ଡରେ ସାମିଲ ହୋଇଥିଲେ । ରାଇରଙ୍ଗପୁର କୋର୍ଟ ତରଫରୁ ୨୦୧୬ ମସିହାରେ ତାଙ୍କୁ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ । ବିମାନ ମାରାଣ୍ଡି ଜଣେ ଯକ୍ଷ୍ମା ରୋଗୀ ।ତାଙ୍କୁ ଏହା ପୂର୍ବରୁ ୩ ଥର ବାରିପଦା ମେଡିକାଲକୁ ଯକ୍ଷ୍ମା ପରୀକ୍ଷଣ କରାଯାଇଛି । ତେଣୁ ସରକାରୀ ଡାକ୍ତରଙ୍କ ଚିଠା ଅନୁସାରେ ତାରିଖ ଅନୂଯାୟୀ ଶୁକ୍ରବାର ଦିନ ବାରିପଦା ମେଡିକାଲ ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ରାସ୍ତାରେ ଫେରୁଥିବା ବେଳେ ବିଶୋଇ ଥାନା ଅଂଚଳରେ କୁନ୍ଦୁଳିଆଠାର ଶୌଚ ଯିବା ବାହାନାରେ ବିଲ କାଦୁଅ ପଚ୍ ପଚ୍ ରାସ୍ତାରେ ରିଟିମିଟିଆ ହୋଇ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିଲା । ଜେଲ୍ କର୍ମଚାରୀ ଏବଂ ପୋଲିସ ରାତି ସାରା ଖୋଜି ଖୋଜି ନୟାନ୍ତ ହୋଇଥିଲେ । ଅଦ୍ୟାବଧି ମଧ୍ୟ ଖୋଜାଖୋଜି ଚାଲିଛି ।ଜେଲ୍ ସୁପରିଣ୍ଟେଡେଣ୍ଟ ମଦନ ମୋହନ ମାରାଣ୍ଡି, ଜୀତେନ୍ଦ୍ର ମାରାଣ୍ଡି, ଏବଂ ଅନ୍ୟ କର୍ମଚାରୀ , ବିଶୋଇ ପୋଲିସ ତଦନ୍ତ ଜାରି ରଖିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ