ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲା ଜଶିପୁର ଥାନା ଅଧୀନ କାଳୁଆଖମଣ ଗାଁ ରେ ଘଟିଛି ଅଭାବନୀୟ ଘଟଣା। ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣକ ହେଲେ କେଞ୍ଝରା ଗ୍ରାମର ଖଗେଶ୍ବର ମହାନ୍ତ। ସୂଚନା ଅନୁଯାୟୀ ଗତ କିଛି ଦିନ ହେବ ୨୧ ଟିକିଆ ହାତୀପଲ ଝାଡ଼ଖଣ୍ଡ ରାଜ୍ୟରୁ ଆସି ଅଞ୍ଚଳରେ ଘରଦ୍ୱାର ଭାଙ୍ଗିବା ସହ ଧାନ ଚାଉଳ ଖାଇ, ଫସଲ ନଷ୍ଟ କରି ବ୍ୟାପକ କ୍ଷୟକ୍ଷତି କରି ଚାଲିଛନ୍ତି। ସେପଟେ ବନବିଭାଗ ହାତୀ ଘଉଡାଇବାରେ ବିଫଳ ହୋଇଥିବା ଜଣାପଡିଛି। ତେବେ ସନ୍ଧ୍ୟା ସମୟରେ ହାତୀପଲ ରାସ୍ତା ପାର ହେବା ସମୟରେ ଖଗେଶ୍ବର ମହାନ୍ତ କାଳୁଆଖମଣ ଗାଁ ରେ ହାତୀ ହାବୁଡରେ ପଡି ଯାଇଥିଲେ। ଫଳରେ ହାତୀ ଆକ୍ରମଣରେ ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ବନବିଭାଗ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନା କୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ