ଶ୍ବାସକ୍ରିୟା ସହ କଥା କହିଲେ ବ୍ୟାପିପାରେ କରୋନା : ଆମେରିକୀୟ ଭାଇରୋଲୋଜି ବିଭାଗ
ୱାଶିଂଟନ : ଶ୍ବାସକ୍ରିୟା ସହ କଥା କହିଲେ ବି କରୋନା ଭୂତାଣୁ ବ୍ୟାପିଥାଏ ବୋଲ ଆମେରିକାର ବୈଜ୍ଞାନିକ ମାନେ ମତଦେଇଛନ୍ତି । ଏଥିସହ ସେମାନେ କହିଛନ୍ତିଯେ କେବଳ ଛୁଇଁବା ଦ୍ବାରା ନୁହେଁ ଏପରିକି କଥା କହିବା ଓ ଶ୍ୱାସକ୍ରିୟା ରେ ମଧ୍ୟ ଭୁତାଣୁ ପ୍ରଭାହ ହୋଇ ପାରେ ବୋଲି ଦାବି କରିଛନ୍ତି । ଆମେରିକାର ଏକ ଉଚ୍ଚ ସ୍ତରୀୟ ବୈଜ୍ଞାନିକ ଦଳ କହିଛନ୍ତି ଯେ, ଯେଉଁ ଭୂତାଣୁ ଦ୍ବାରା ରୋଗ ବ୍ୟାପିଥାଏ ତାହା ବାୟୁ ବାହକ ଅଟେ । କରୋନା ଭୂତାଣୁ ପୂର୍ବାପେକ୍ଷା ବହୁତ ସହଜ ଏବଂ ସରଳ ଭାବେ ଲୋକଙ୍କ ମଧ୍ୟରେ ବ୍ୟାପୁଛି ବୋଲି କହିଛନ୍ତି । ଯେତେବେଳେ ଶ୍ବାସକ୍ରିୟା ହୁଏ ସେଥରୁ ସୃଷ୍ଟି ହେଉଥିବା ଅଲ୍ଟ୍ରାଫାଇନ ମିଷ୍ଟ ବା ବାୟୁରେ ଭୂତାଣୁ ଜୀବନ୍ତ ରହିଥାନ୍ତି ବୋଲି ବିଜ୍ଞାନ ଇଞ୍ଜିନିୟରିଂ ଏବଂ ମେଡିସିନର ସ୍ଥାୟୀ କମିଟି ଅଧ୍ୟକ୍ଷ ଡା. ବାର୍ବେ ଫିନବର୍ଗ କହିଛନ୍ତି। ନିଶ୍ୱାସ ପ୍ରଶ୍ୱାସରେ ଜୀବାଣୁ ବିସ୍ତାର କରୁଥିବା ଉପଲବ୍ଧ ଅଧ୍ୟୟନରୁ ଜଣାପଡ଼ିଛି। ଏହି କମିଟି ଆମେରିକା ସରକାରଙ୍କୁ ବିଜ୍ଞାନ ଏବଂ ସୃଷ୍ଟି ହେଉଥିବା ସଂକ୍ରାମକ ରୋଗ ଓ ଅନ୍ୟ ସାର୍ବଜନିକ ସ୍ବାସ୍ଥ୍ୟ ସଙ୍କଟ ସମ୍ପର୍କରେ ନୀତିଗତ ନିଷ୍ପତ୍ତି ନେବାରେ ସହଯୋଗ କରିଥାନ୍ତି । ଜଣେ ଭାଇରୋଲୋଜିଷ୍ଟ କହିଛନ୍ତି ଯେ ଭୂତାଣୁ ଏତେ କ୍ଷୀପ୍ର ବେଗରେ କାହିଁକି ବ୍ୟାପିଥାଏ ତାହାର ପ୍ରମାଣ ମିଳିଛି ଏଭଳି ସ୍ଥିତିରେ ସମ୍ପୂର୍ଣ୍ଣ ଲକଡାଉନ ଏବଂ ସାମାଜିକ ଦୂରତା ବଜାୟ ରଖିବା ନିହାତି ଜରୁରୀ। ବିଶେଷ କରି ଭାରତ ଭଳି ବହୁଳ ଜନସଂଖ୍ୟା ବିଶିଷ୍ଟ ରାଷ୍ଟ୍ରରେ ବାହୁବାହକ ଭୂତାଣୁ ଅଧିକ ସଂକ୍ରାମକ ହୋଇଥାଏ ତାହା ଚିନ୍ତାର ବିଷୟଅଟେ । ଭାରତରେ କରୋନା ଆକ୍ରାନ୍ତ ସଂଖ୍ୟା ୨୫୪୭ ହୋଇଥିବାବେଳେ ୫୦ରୁ ଉର୍ଦ୍ଧ ଜଣ ପ୍ରାଣ ହରାଇ ସାରିଛନ୍ତି। ସେହିପରି କ୍ରିଷ୍ଟିୟାନ ମେଡିକାଲ କଲେଜର ଭାଇରୋଲୋଜି ବିଭାଗର ପୂର୍ବତନ ଅଧ୍ୟକ୍ଷ ତଥା ପ୍ରଫେସର ଜ୍ୟାକବ ଜନ୍ କହିଛନ୍ତି, ଋତୁକାଳୀନ ଫ୍ଲୁ ଠାରୁ କୋଭିଡ-୧୯ ବହୁ ମାତ୍ରାରେ ସଂକ୍ରାମକ ଅଟେ ତେଣୁ ସଚେତନ ରହିବ ଜରୁରୀ ଅଟେ ।


