ଶ୍ମଶାନରୁ ସଂଗ୍ରହ ହେଲା ମାଟି ନିର୍ମାଣ ହେବ ଦକ୍ଷିଣକାଳୀଙ୍କ ମୃଣ୍ମୟ ପ୍ରତିମା

ସାକ୍ଷୀଗୋପାଳ,(ୱାଏନଏସ):କାର୍ତ୍ତିକ କୃଷ୍ଣପକ୍ଷ ଦ୍ୱୀତିୟା ତିଥିରେ ଶନିବାର ଦିନ ପରମ୍ପରା ଅନୁଯାୟୀ ବୀରଗୋବିନ୍ଦପୁର ଗ୍ରାମର ବାସ୍ତୁ ଶ୍ମଶାନରୁ ମାଟି ଅନୁକୂଳ ପରେ ସଂଗ୍ରହ କରାଯାଇଛି। ଆଗାମୀ କାଳୀପୂଜା ଅବସରରେ ମା’ ଦକ୍ଷିଣକାଳୀଙ୍କ ମୃଣୟୀ ମୂର୍ତ୍ତି ନିର୍ମାଣ କରାଯିବ। ନିର୍ଦ୍ଧାରିତ ମାହେନ୍ଦ୍ର ବେଳା ପୁର୍ଵାହ୍ନରେ ମା ଙ୍କ ଶ୍ମଶାନରୁ ମାଟି ଅନୁକୂଳ କରାଯାଇଥିଲା। ମନ୍ଦିର ରେ ଦେବୀଙ୍କର ଦୈନଦିନ ନିତୀ ସହିତ ମାଜଣ କରାଯାଇଥିଲା । ଘଣ୍ଟ, ମହୁରୀ, ଛତିତ୍ରାସ, ବିଜେ କାହାଳୀ ସହ ମନ୍ଦିର ମୁଖ୍ୟ ପୂଜକ ଅଗାଧୁ ଦୀକ୍ଷିତ ମନ୍ତ୍ରପାଠକରି ଅନ୍ୟ ପୂଜକ, ବ୍ରାହ୍ମଣ, ଗ୍ରାମର ସହଯୋଗୀ ମାନଙ୍କ ସହିତ ଶ୍ମଶାନରେ ପହଞ୍ଚିଥିଲେ। ଅଭିମନ୍ତ୍ରିତ ଜଳ ସିଞ୍ଚନ କରି ମାଟି ସୋଧନ କରାଯିବା ପରେ ଏକ ପୂଜା ପାତ୍ରରେ ମାଟି ସଂଗ୍ରହ କରି ମନ୍ଦିର କୁ ଫେରିଥିଲେ। ସେଠାରେ ସ୍ଵତନ୍ତ୍ର ପୂଜାନୀତି ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ମା’ଙ୍କୁ କେବଳ କୋଠ ଭୋଗଲାଗି କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ଓ ଭୋଗଲାଗି ବାରଣ କରାଯାଇଥିଲା । ମାଟିକୁ ଅତ୍ୟନ୍ତ ଗୋପନୀୟ ଭାବେ ରଖାଯିବା ପରେ ସନ୍ଧ୍ୟା ଆଳତି ସମୟରେ ସାଧାରଣ ଭକ୍ତ ଙ୍କ ଠାରୁ ଭୋଗ ଲାଗି ସହ ଦର୍ଶନ ନିମନ୍ତେ ଦ୍ୱାର ଖୋଲାଯାଇଥିଲା ।  ଦେବୀଙ୍କ ମୃଣୟୀ ପ୍ରତିମା ନିର୍ମାଣ ଆରମ୍ଭ କରାଯିବ । କାଳୀପୂଜା ପୂର୍ବ ଦିନ ମାଙ୍କ ଶରୀରରେ ମୁଣ୍ଡ ଯୋଡିବା ସହ କାଳୀପୂଜା ଦିନ ରଙ୍ଗ, ଅଳଙ୍କାର ଲାଗି ଜୀବନ୍ୟାସ ଆଦି ପୂଜା ହୋମ କରାଯାଇ ମହାଭୈରବି ଵେଶରେ ବର୍ଷକୁ ଥରେ ଦକ୍ଷିଣ କାଳୀଙ୍କ ଦର୍ଶନ ସୁଯୋଗ ମିଳିବ। ପୂଜକ ପ୍ରଫୁଲ୍ଲ ଦୀକ୍ଷିତ, ଦେବୀପ୍ରସାଦ ଦିକ୍ଷୀତ,ସହଯୋଗୀ ଭାବରେ ଅବିନାଶ ଆଚାର୍ଯ୍ୟ, ଦେବାଶିଷ ନନ୍ଦ, ଗଣେଶ୍ଵର ନନ୍ଦ, କାଶିନାଥ ମିଶ୍ର, ନିଳକଣ୍ଠ ମହାପାତ୍ର, ପ୍ରଭାକର ନନ୍ଦ, ଶିବପ୍ରସାଦ ମିଶ୍ର, ଆଦିତ୍ୟ ନନ୍ଦ, ଚନ୍ଦ୍ରଶେଖର ନନ୍ଦ ଓ ପ୍ରକାଶ ଚନ୍ଦ୍ର ନନ୍ଦ ପ୍ରମୁଖ ଗ୍ରାମବାସୀ ଏଥିରେ ସାମିଲ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ