ଶ୍ରଦ୍ଧା ଓ ଭକ୍ତିର ସହ ପିବତ୍ର ଜନ୍ମାଷ୍ଟମୀ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):ସହର ସମେତ ସମଗ୍ର ବାଲେଶ୍ୱର ଜିଲାରେ ଶ୍ରଦ୍ଧା ଓ ଭକ୍ତିର ସହ ଗୁରୁବାର ଆରମ୍ଭ ହୋଇଛି ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପବିତ୍ର ଜନ୍ମାଷ୍ଟମୀ । ଏନେଇ ସକାଳରୁ ବିଭିନ୍ନ ରାଧାକୃଷ୍ଣ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ତେବେ ସଂଧ୍ୟାରେ ବିଶେଷ ନୀତିରେ ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା । ବ୍ରତଧାରୀ ମହିଳାମାନେ ସଂକଳ୍ପ କରିବା ସହ ପୁଷ୍ପାଞ୍ଜଳି ଦେଇ ପରିବାରର ମଙ୍ଗଳ କାମନା କରିଥିଲେ । ବ୍ରାହ୍ମଣର ପୂଜାମନ୍ତ୍ର ସାଙ୍ଗକୁ ଭଜନ କୀର୍ତ୍ତନରେ ପ୍ରକମ୍ପିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଜନ୍ମାଷ୍ଟମୀରେ ଅବସରରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିବା ବେଳେ ବହୁ ଅନୁଷ୍ଠାନ ପକ୍ଷରୁ ଯଜ୍ଞ କର୍ମକାଣ୍ଡ ଓ କୃଷ୍ଣବେଶ ପ୍ରତିଯୋଗିତା, ଗୀତାପାଠ ପ୍ରଭୃତି ଅନୁଷ୍ଠିତ ମଧ୍ୟ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ