ଶ୍ରମିକଙ୍କୁ ମଜୁରୀ ଟଙ୍କା ନମିଳିବା ଘଟଣାର ତଦନ୍ତ ଆରମ୍ଭ କଲେ କନ୍ଧମାଳ ଶ୍ରମ ନିରୀକ୍ଷକ

 

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର  ସଲାବାଡ଼ି ଗ୍ରାମର କିଛି ଲୋକ ମନରେଗା ଯୋଜନାରେ କାମ କରିଥିବା ବେଳେ ୯ ମାସ ରୁ ଉର୍ଦ୍ଧ ଦିନ ହେବ ମଜୁରୀ ଟଙ୍କା ମିଳିନଥିବା ନେଇ ଜିଲ୍ଲା ଶ୍ରମ କାର୍ଯ୍ୟଳୟରେ ଅଭିଯୋଗ କରିଥିଲେ । ହେଲେ ଅଭିଯୋଗ ହେବାର ୯ ମାସ ବିତିଯାଇଥିଲେ ସୁଦ୍ଧା ଶ୍ରମ ବିଭାଗ ତଦନ୍ତ ନକରି ଶ୍ରମିକଙ୍କୁ ଭୁଆଁ ବୁଲାଉଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ହେବା ପରେ ରବିବାର ଦିନ ଜିଲ୍ଲା ଶ୍ରମ ଆୟୁକ୍ତ କାର୍ଯ୍ୟଳୟରୁ ଶ୍ରମ ନିରୀକ୍ଷକ ସ୍ପିନିତା କୁମାରୀ ଦେବୀ ସଲାବାଡ଼ି ଗ୍ରାମରେ ପହଂଚି ତଦନ୍ତ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଶ୍ରମିକ ମାନଙ୍କ ଆକାଉଣ୍ଟ ଯାଞ୍ଚ କରିଥିଲେ । ଏହି ଯାଞ୍ଚ କରିବା କରିବା ସମୟରେ ଗ୍ରାମରେ ଏକ ଡ୍ରେନ ନିର୍ମାଣ ହୋଇଥିବା ବେଳେ ଶ୍ରମିକ ମଜୁରୀ ବିଲ ହୋଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଶ୍ରମିକ ମାନଙ୍କୁ ସମ୍ପୂର୍ଣ୍ଣ ମଜୁରୀ ମିଳିନଥିବା ଗ୍ରାମବାସୀ ଶ୍ରମ ନିରୀକ୍ଷକଙ୍କୁ ଅଭିଯୋଗ କରିଥିଲେ । ସୂଚନା ମୁତାବକ ଦାରାବଣ୍ଡା ଠାରୁ ଆଡିନପାଙ୍ଗା ପର୍ଯ୍ୟନ୍ତ ମନରେଗା ଯୋଜନାରେ ରାସ୍ତା କାମ ହୋଇଥିଲା । ଏହି କାମରେ ଗ୍ରାମର ବହୁ ପୁରୁଷ ଓ ମହିଳା ଲୋକ କାମ କରିଥିବା ବେଳେ କିଛି କିଛି ମଜୁରୀ ଟଙ୍କା ମିଳିଥିବା ବେଳେ ୧ ଲକ୍ଷ ରୁ ଉର୍ଦ୍ଧ ମଜୁରୀ ଟଙ୍କା ଶ୍ରମିକ ମାନେ ପାଇବେ । ଶ୍ରମିକ ମାନଙ୍କୁ ସଠିକ ସମୟରେ ମଜୁରୀ ଟଙ୍କା ମିଳିବା କହି ଗାଁ ସାଥି ତଥା ସିମନବାଡ଼ି ପଞ୍ଚାୟତର ନାଏବ ସରପଞ୍ଚ ମୋହନ ପ୍ରଧାନ ଲୋକଙ୍କୁ କାମ କରାଇଥିଲେ । ଏହି କାମ ବାବଦକୁ ସମସ୍ତ ଟଙ୍କା ବିଲ ମଧ୍ୟ ହୋଇଗଲା । ହେଲେ ଟଙ୍କାକୁ ଶ୍ରମିକ ମାନଙ୍କୁ ନଦେଇ ଗାଁ ସାଥି ମୋହନ ପ୍ରଧାନ ଆତ୍ମସାତ କରିଦେଇଥିବା ନେଇ ଶ୍ରମିକ ମାନେ ପ୍ରଥମେ ବ୍ଲକରେ ଅଭିଯୋଗ କରିଥିଲେ । ବ୍ଲକ କାର୍ଯ୍ୟଳୟରେ ନ୍ୟାୟ ନପାଇବାରୁ ଶେଷରେ ଜିଲ୍ଲା ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟଳୟରେ ଗତ ନଭେମ୍ବର ମାସରେ ଅଭିଯୋଗ କରିଥିଲେ । ମୋହନ ପ୍ରଧାନ ଜଣେ ଜନପ୍ରତିନିଧି ହୋଇ ଶ୍ରମିକ ମାନଙ୍କ ମଜୁରୀ ଟଙ୍କାକୁ ଚଳୁ କରିଥିବା ହେତୁ ଗ୍ରାମବାସୀ ତାଙ୍କ ଗିରଫ ଦାବି କରିଥିବା ସହ ଜଣେ ନାଏବ ସରପଞ୍ଚ କିଭଳି ଗାଁ ସାଥି ରହିଲେ ସେନେଇ ତଦନ୍ତ କରାଯାଇ ତାଙ୍କୁ ଗାଁ ସାଥିରୁ ବାହାର କରିବା ପାଇଁ ଶ୍ରମିକ ମାନେ ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ