ଶ୍ରମିକଙ୍କ ପାଇଁ ମାସ୍କ ଯୋଗାଇଲେ ଏସ୍ଏଚ୍ଜି ମହିଳା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଲକ୍ଡାଉନ ସତ୍ତ୍ବେ ଏମ୍ଜିଏନ୍ଆରଇଜିଏସ୍ରେ ଶ୍ରମିକମାନେ କାମ କରିବା ପାଇଁ କଟକଣା କୋହଳ କରାଯାଇଛି। କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ବିଭିନ୍ନ ପଞ୍ଚାୟତରେ କାମ ମଧ୍ୟ ଆରମ୍ଭ ହୋଇଛି। ଏହିସବୁ କାମରେ ନିୟୋଜିତ ଶ୍ରମିକଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି ଏସ୍ଏଚଜି ମହିଳା। ରାଇକିଆ ଜୀବିକାମିଶନ ସହଯୋଗରେ ପାଜିମାହା ମା’ ଗାୟତ୍ରୀ ସ୍ବୟଂ ସହାୟିକା ଗୋଷ୍ଠୀ ତରଫରୁ ଶ୍ରମିକଙ୍କ ପାଇଁ ୨୦୦ ମାସ୍କ ଯୋଗାଇ ଦିଆଯାଇଛି। ସଂଘର ସଦସ୍ୟାମାନେ ବିଡ଼ିଓ ପ୍ରବୀଣ କୁମାର ବାଣୁଆଙ୍କୁ ଏହି ମାସ୍କ ପ୍ରଦାନ କରିଛନ୍ତି।


