ସମସ୍ତ ଶିକ୍ଷକଙ୍କୁ ଦରମା ଦେବାକୁ ଚିଠି ଲେଖିଲେ ବିଧାୟକ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ଲକ୍‌ଡାଉନ ପରେ ଆବଶ୍ୟକ ଠାରୁ କମ୍‌ କର୍ମଚାରୀଙ୍କୁ ନେଇ ବିଭିନ୍ନ ସରକାରୀ ଏବଂ ବେସରକାରୀ କାର୍ଯ୍ୟ ହେଉଛି। କେତେଜଣ ଶିକ୍ଷକ ଲକ୍‌ଡାଉନ ଯୋଗୁ ବିଦ୍ୟାଳୟ ଛୁଟି ପରେ ଗ୍ରାମକୁ ଚାଲିଯାଇଛନ୍ତି। ଏଭଳି କ୍ଷେତ୍ରରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବିଇଓ କାର୍ଯ୍ୟାଳୟ ପକ୍ଷରୁ ୮୭ ଜଣ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ତେବେ ଜି.ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ତାଙ୍କ ନିର୍ବାଚନ ମଣ୍ଡଳୀର ସମସ୍ତ ଶିକ୍ଷକଙ୍କୁ ଦରମା ପ୍ରଦାନ ପାଇଁ ବିଇଓ ମାନଙ୍କୁ ଏକ ଚିଠି ଲେଖିଛନ୍ତି। ଦାରିଙ୍ଗବାଡ଼ି ବିଇଓଙ୍କୁ ମଧ୍ୟ ଏହି ଚିଠି ମିଳିଛି। କୋଭିଡ-୧୯ ପାଇଁ ଏପ୍ରିଲ ଠାରୁ ଜୁନ ପର୍ଯ୍ୟନ୍ତ ଅତ୍ୟନ୍ତ ଘଡିସନ୍ଧି ସମୟ। ମାନବିକତା ଦୃଷ୍ଟିରୁ ସମସ୍ତ ଶିକ୍ଷକଙ୍କୁ ଦରମା ପ୍ରଦାନ ଜରୁରୀ, ଏହା ନମିଳିଲେ ତାଙ୍କ ଜୀବନଜୀବିକା ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସେ ଚିଠିରେ ଦର୍ଶାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ