ଶ୍ରମିକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଠାରେ ଫେରାଦ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଦୀର୍ଘ ୩ ବର୍ଷରୁ ଅଧିକା ହେଲା ନିର୍ମାଣ ଶ୍ରମିକ ଭାବେ ସରକାରଙ୍କ ସ୍ୱୀକୃତି ପାଇଥିଲେ ସୁଦ୍ଧା ଶ୍ରମ ବିଭାଗ ତରଫରୁ ସେମାନଙ୍କୁ ଆଜି ସୁଦ୍ଧା କୌଣସି ସହାୟତା ପ୍ରଦାନ କରାଯାଇ ନାହିଁ ବୋଲି ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ବରପଲ୍ଲୀ ଗ୍ରାମର ନିର୍ମାଣ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଋଷିକୂଲ୍ୟା ରୟତ ମହାସଭା ଅନୁକୂଲ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ୨୦୧୬ ମସିହାରୁ ନିର୍ମାଣ ଶ୍ରମିକ ଭାବେ ସ୍ୱୀକୃତି ପାଇଥିଲେ ସୁଦ୍ଧା ସେମାନଙ୍କୁ ସରକାରଙ୍କ ନିର୍ମାଣ ଶ୍ରମିକ ଯୋଜନାରେ ବିଭିନ୍ନ ଉପକରଣ ଓ ସହାୟତାରୁ ବଞ୍ଚିତ ଅଛନ୍ତି । ଏନେଇ ବହୁବାର ଶ୍ରମ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଏଣୁ ଆଜି ବାଧ୍ୟ ହୋଇ ନିର୍ମାଣ ଶ୍ରମିକମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ । ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ