ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ୍ ): ଚମାଖଣ୍ଡି ଥାନା ଅନ୍ତର୍ଗତ ସିନ୍ଦିରାପଲ୍ଲୀ ଗ୍ରାମର ଜଣେ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ମୃତ ଶ୍ରମିକଙ୍କ ନାମ ମଙ୍ଗଳା ପ୍ରଧାନ(୪୨) ବୋଲି ଜଣାପଡିଛି । ସେ ଆଜି ତୋଟାକୁ କାମ କରିବାକୁ ଯାଇଥିବା ବେଳେ ହଠାତ୍ ସ୍ୱାସ୍ଥ୍ୟ ଅସୁସ୍ଥତା ନେଇ ଅନୁଭବ କରିଥିଲା । ସହଯୋଗୀ ଅନ୍ୟ ଶ୍ରମିକଙ୍କୁ ତୁମେ କାମ କର ମୁଁ ଟିକେ ବିଶ୍ରାମ ନେଉଛି ବୋଲି ମଙ୍ଗଳା କହିଥିଲେ । ପରେ ଦୁଇଖଣ୍ଡ ବିଡି ଟାଣିଥିଲେ । ତାପରେ ହଠାତ୍ ଅଚେତ ହୋଇପଡିଥିଲେ । ନିକଟରେ ଥିବା ଅନ୍ୟଜଣ ଶ୍ରମିକ ମୁଣ୍ଡ ଠାରୁ ଆରମ୍ଭ କରି ଗୋଡ ପର୍ଯ୍ୟନ୍ତ ପାଣି ମାରି ଚେତା ଫେରାଇବା ପାଇଁ ଚେଷ୍ଟା କରିଥିଲେ । ଶେଷରେ ଏକ ଅଟୋ ଜରିଆରେ ମଙ୍ଗଳାକୁ ଛତ୍ରପୁର ହସ୍ପିଟାଲକୁ ଆଣିଥିଲେ । ସେତେବେଳକୁ ମଙ୍ଗଳାଙ୍କ ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଥିଲେ । ସୂଚନା ପାଇ ଛତ୍ରପୁର ଥାନା ପୁଲିସ ପହଞ୍ଚିଥିଲେ । ଆସନ୍ତକାଲି ମଙ୍ଗଳଙ୍କ ମୃତ ଶରୀରର ବ୍ୟବଚ୍ଛେଦ ହେବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ