ଶ୍ରମିକଙ୍କ ସମସ୍ୟା ଉପରେ ସିଏଫଏଆର ପକ୍ଷରୁ ଜନଶୁଣାଣି
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ସରକାର ଶ୍ରମିକ ମାନଙ୍କ ପାଇଁ ବହୁ ଜନହିତକର ଯୋଜନା କରୁଥିଲେ ମଧ୍ୟ ଶ୍ରମିକ ମାନେ ଉପକୃତ ହୋଇପାରୁନାହାନ୍ତି ବରଂ ଦଲାଲ ମାନଙ୍କ ଦ୍ୱାରା ଶୋଷଣର ଶୀକାର ହେଉଥିବାର ଦେଖିବାକୁ ମିଳୁଛି ତେଣୁ ସ୍ୱେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ସହିତ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ବୋର୍ଡର ଅଧ୍ୟକ୍ଷ ଶ୍ରୀ ସୁବାସ ସିଂହ ଆହ୍ୱାନ ଦେଇଛନ୍ତି । ଭୁବନେଶ୍ୱରର ଗରିବ ବସ୍ତିବାସିନ୍ଦାଙ୍କ ବିକାଶ ଦିଗରେ କାର୍ଯ୍ୟ କରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସେଂଟର ଫର ଆଡ୍ଭୋକେସି ଆଣ୍ଡ ରିସର୍ଚ୍ଚ(ସିଏଫଏଆର) ପକ୍ଷରୁ ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଆଜି ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଜନ ଶୁଣାଣି
କାର୍ଯ୍ୟକ୍ରମରେ ଅତ୍ୟତମ ଜରୁୁରୀ ଭାବେ ଯୋଗ ଦେଇ ଶ୍ରୀ ସିଂହ ଏହା କହିଛନ୍ତି ।ସୂଚନାଯୋଗ୍ୟ ଯେ, ସିଏଫଏଆର ପକ୍ଷରୁ ଏହାର ୩ଟି ପ୍ରକଳ୍ପ ଅଂଚଳ ଯଥା କାରଗିଲ ବସ୍ତି, କେଳାସାହି ଓ ପଳାସପଲ୍ଲୀ ବସ୍ତିରେ ରହୁଥିବା ନିର୍ମାଣ ଶ୍ରମିକମାନଙ୍କୁ ନେଇ ଏହି ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସିଏଫଏଆର ପକ୍ଷରୁ ସମୀର ରଞ୍ଜନ ଦାଶ ପ୍ରଥମେ ସମସ୍ତ ଅତିଥି, ଜୁରୀ ସଦସ୍ୟ ଓ ଅଂଶଗ୍ରଣକାରୀ ନିର୍ମାଣ ଶ୍ରମିକଙ୍କୁ ସ୍ୱାଗତ କରିଥିଲେ । ପରେ ସିଏଫଏଆର ପ୍ରକଳ୍ପ ସଂଯୋଜିକା ରୋଜାଲିନ୍ ପଟ୍ଟନାୟକଏହି ଜନଶୁଣାଣିର ଆଭିମୁଖ୍ୟ ଓ ସିଏଫଏଆର ପକ୍ଷରୁ କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ଆଇନ୍ ଓ ସେସ୍ ଆଇନ୍ ୧୯୯୬ କିରି କାର୍ଯ୍ୟକାରୀ ହେଉଛି ସେ ସମ୍ପର୍କରେ କରାଯାଇଥିବା ସର୍ଭେର ଏକ ତଥ୍ୟ ଉପସ୍ଥାପନ କରିଥିଲେ । ଶ୍ରୀମତୀ ପଟ୍ଟନାୟକ ଏ ସମ୍ପର୍କରେ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ, ସିଏଫଏଆର ପକ୍ଷରୁ କାରଗିଲ ବସ୍ତିରୁ ୬୩.୩୬ ପ୍ରତିଶତ ଶ୍ରମିକ ସେମାନଙ୍କ ଶ୍ରମିକ କାର୍ଡର ନବୀକରଣ କରିଛନ୍ତି । ସେହିରି ମାତ୍ର ୧୬ ଜଣ ଶ୍ରମିକ ଅର୍ଥାତ ୧୧.୪୨ ପ୍ରତିଶତ ଶ୍ରମିକ ର୍ନିର୍ମାଣ ଶ୍ରମିକଙ୍କ ପାଇଁ ଉଦିଷ୍ଟ ସାଇକେଲ, ସୁରକ୍ଷା ସାମଗ୍ରୀ କିଣିବା ପାଇଁ ଆର୍ଥିକ ସହାୟତା ପାଇଛନ୍ତି । ଶ୍ରୀମତୀ ପଟ୍ଟନାୟକ କହିଥିଲେ ଯେ, ଏତେ କମ୍ ସଂଖ୍ୟକ ଶ୍ରମିକ କାର୍ଡ ନବୀନକରଣର କାରଣ ହେଉଛି ଏ ଦିଗରେ ସଚେତନତାର ଅଭାବ ବା ଏ ନେଇ ଶ୍ରମିକମାନଙ୍କ ମଧ୍ୟରେ ରହିଥିବା ଅଜ୍ଞତା । ଏତଦ୍ବ୍ୟତୀତ ବାରମ୍ବାର ଦୌଡ଼ି ଦୌଡ଼ି ଓ ଟଙ୍କା ଖର୍ଚ୍ଚ କରି ମଧ୍ୟ କାର୍ଡ ନବୀକରଣ କରି ନ ପାରବାର ହତାଶାବୋଧ ସହିତ ନବୀକରଣକରାଇଦେବା, ଯୋଜନାର ଲାଭ ଦେବା ନେଇ ଦଲାଲମାନଙ୍କ ଶୋଷଣ ମଧ୍ୟ କେତୋଂଶରେ ଦାୟୀ ।ଏହି ଅବସରରେ ଶ୍ରମିକ କାର୍ଡ ସମସ୍ୟା ନେଇ ୧୫ ଜଣ ନିର୍ମାଣ ଶ୍ରମିକ ଜୁରୀଙ୍କ ନିକଟରେ ସେମାନଙ୍କ ଦୁଃଖବଖାଣିଥିଲେ । ଏ ସମସ୍ତ ଅଭିଯୋଗ ଓ ସାକ୍ଷ୍ୟର ଶୁଣାଣି କରି ଜୁରୀ ସଦସ୍ୟ ସିଏସ୍ଏଫ୍ଏଚ୍ଆର୍ ସଂଯୋଜକ ଶ୍ରୀଧୀରେନ୍ଦ୍ର ପଣ୍ଣା କହିଥିଲେ ଯେ, କୋଠା ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକଙ୍କୁ ସେମାନଙ୍କ ଅଧିକାର ଓ ଉପଲବ୍ଧ ସରକାରୀ ସୁବିଧାସୁଯୋଗ ସମ୍ପର୍କରେ ଆହୁରି ସଚେତନତାର ଆବଶ୍ୟକତା ରହିଛି । ମାନବାଧିକାର କର୍ମୀ ଶ୍ରୀ ସଚ୍ଚୀକାନ୍ତ ପ୍ରଧାନ,କାର୍ଡର ନିର୍ଦ୍ଦେଶିକା ଶ୍ରୀମତୀ ମଞ୍ଜ୍ରୁିୟା ଧଳ ପ୍ରମୁଖ ଏହି ଜନଶୁଣାଣିରେ ଜରୁୁରୀ ସଦସ୍ୟଭାବେ ଯୋଗ ଦେଇଥିଲେ ।