ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ନେଇ ଆଲୋଚନା
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଉପକଣ୍ଠ ଆଇଆରଇ କମ୍ପାନୀ ଅଧିନରେ ଥିବା ରିପ ପ୍ଲାଟଂର ୱାର୍କର ମାନଙ୍କ ବିଭିନ୍ନ ଦାବୀ ନେଇ ଏକ ଆଲୋଚନା ହୋଇଥିଲା । ଏଥିରେ ୱେଲଫର ଅଫସିର ଓ ୱାର୍କର ମାନେ ଉପସ୍ଥିତ ଥିଲେ । ବକେୟା ବୋନସ ଦୁଇ ବର୍ଷର ଟଙ୍କା ପୈଠ କରାଯାଉ, ମାସର ପ୍ରଥମ ସପ୍ତାହ ମଧ୍ୟରେ ଦରମା ପ୍ରଦାନ, ଠିକ ସମୟରେ ସମସ୍ତଙ୍କର ପିଏଫ ଏବଂ ଇଏସଆଇ ବେନିଫିଟ ପ୍ରଦାନ ସମତେ ସମସ୍ତଙ୍କର ଇଏସଆଇ କାର୍ଡ କରିବା, ପ୍ଲାଂଟରେ କୈାଣସି ପ୍ରକାରେ ସଟଡାଉନ ହେଲେ ୱାର୍କର ମାନଙ୍କୁ ଆପସେଂଟ କରିବେ ନାହିଁ ଓ ସେହି ଦିନର ଦରମା କାଟିବେ ନାହିଁ, ଯୋଗ୍ୟତା ଅନୁସାରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ଆଦି ଦାବୀ କରାଯାଇଛି ଏହି ଦାବୀ ୭ ଦିନ ମଧ୍ୟରେ ପୁରଣ ନହେଲେ ଆନ୍ଦୋଳନ କରାଯିବ ବୋଲି ଆଇନଜୀବି ପି.ଧର୍ମା ରେଡ୍ଡି ସୂଚନା ଦେଇଛନ୍ତି । ଏହି ଆଲୋଚନା ବେଳେ ରିପ ପ୍ଲାଟଂର ୱାର୍କର ଓ ୱେଲଫର ଅଫସିର ମାନେ ଉପସ୍ଥିତ ଥିଲେ ।