ଶ୍ରମିକ ପରିବାରଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ

ଛତ୍ରପୁର ,(ଯୁଗାବ୍ଦ ନ୍ୟୁଜ୍) ; ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଆନୁକୂଲ୍ୟରେ ଗଂଜାମ ଜିଲ୍ଲାପ୍ରଶାସନ ଏବଂ ଛତ୍ରପୁର ଶ୍ରମ କାର୍ଯ୍ୟାଳୟର ମିଳିତ ସହଯୋଗ ଆଜି ଦୁଇଜଣ ନିର୍ମାଣ ଶ୍ରମିକଙ୍କ ମୃତ୍ୟୁକାଳୀନ ସହାୟତା ରାଶି ପରିବାରକୁ ପ୍ରଦାନ କରାଯାଇଛି । ସ୍ଥାନୀୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ଓ ଛତ୍ରପୁର ଶ୍ରମ ଅଧିକାରୀ ଶିବନାରାୟଣ ସାହୁ ପ୍ରମୁଖ ଯୋଗଦେଇ ଛତ୍ରପୁର ବ୍ଲକ ବିପୁଳିଙ୍ଗି ଗ୍ରାମ ପଞ୍ଚାୟତ ରାଜନାପଲ୍ଲୀ ଗ୍ରାମର ମୃତ ବଳରାମ ପଢିଆରୀଙ୍କ ସ୍ତ୍ରୀ ଲାବଣ୍ୟ ପଢିଆରୀ ଓ ଗଂଜାମ ବ୍ଲକର କଲ୍ୟାଣପୁର ଗ୍ରାମର ମୃତ ବି.ସାବିତ୍ରୀ ରେଡ୍ଡୀଙ୍କ ସ୍ୱାମୀ ବି. ଧର୍ମାରେଡ୍ଡୀଙ୍କୁ ପୃଥକ୍ ପୃଥକ ୧ଲକ୍ଷ୫ହଜାର ଟଙ୍କା ସରକାରୀ ସହାୟତା ରାଶି ପ୍ରଦାନ କରିଛନ୍ତି । ରାଜନାପଲ୍ଲୀ ଗ୍ରାମର ବଳରାମ ପଢିଆରୀ ଗତ ୨୪.୦୪.୨୦୧୯ ତାରିଖରେ ରାଜମିସ୍ତ୍ରୀ କାର୍ଯ୍ୟ କରିବା ସମୟରେ ମୃତ୍ୟୁବରଣ କରିଥିଲେ । ସେହିପରି କଲ୍ୟାଣ ଗ୍ରାମର ବି.ସାବିତ୍ରୀ ରେଡ୍ଡୀ ଗତ ୭.୧୦.୨୦୧୬ ତାରିଖ ଦିନ ସ୍ୱାଭାବିକ ଭାବେ ମୃତ୍ୟୁବରଣ କରିଥିଲେ । ଏହି ଦୁଇଜଣ ନିର୍ମାଣ ଶ୍ରମିକ ହୋଇଥିବାରୁ ସେମାନଙ୍କୁ ସରକାରୀ ସହାୟତା ପ୍ରଦାନ କରାଗଲା ବୋଲି ଛତ୍ରପୁର ଶ୍ରମ ଅଧିକାରୀ ଶ୍ରୀ ସୂଚନା ଦେଇଛନ୍ତି ।ଅପରପକ୍ଷରେ ମୃତ ବି.ସାବିତ୍ରୀ ରେଡ୍ଡୀ ନିର୍ମାଣ ଶ୍ରମିକ ସହାୟତା ରାଶି କରାଇଦେବା ନେଇ ତାଙ୍କ ସ୍ୱାମୀ ବି.ଧର୍ମାରେଡ୍ଡୀଙ୍କ ଠାରୁ ଗଂଜାମର ରମେଶ ଦାଶ ନାମଙ୍କ ଜୈନକ ବ୍ୟକ୍ତି ଆଗୁଆ ୧୫ହଜାର ଟଙ୍କା ନେଇଥିବାର ବି. ଧର୍ମାରେଡ୍ଡୀ ଆଜି ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିକଟରେ ଅଭିଯୋଗ କରିଥିଲେ । ଜିଲ୍ଲାପାଳ ଏହାର ତଦନ୍ତ ହେବ ବୋଲି ମଧ୍ୟ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ