ଶ୍ରମିକ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦାବି ନେଇ ବିକ୍ଷୋଭ ପ୍ରଦର୍ଶନ

ଜୟପୁର, (ୱାଇଏନ୍‌ଏସ୍‌):ବିଭିନ୍ନ ଦାବି ନେଇ ଶ୍ରମିକ ସଙ୍ଗଠନ ପକ୍ଷରୁ ଜୟପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଦାବି ମଧ୍ୟରେ, ରେଳବାଇ ଘରୋଇ କରଣ ବନ୍ଦ କରିବା, ବ୍ୟାଙ୍କ ବୀମା କମ୍ପାନୀ ସବୁ ଘରୋଇ କରଣ ବନ୍ଦ କରିବା, ଶ୍ରମ ଆଇନ୍ କାନୁନ୍ ସଂଶୋଧନ, କରୋନା ପ୍ରପିଡିତ ସମସ୍ତ ଶ୍ରମିକ ମାନଙ୍କୁ ନିଯୁକ୍ତି, ପେଟ୍ରୋଲ ଡିଜେଲ ଦର ବୃଦ୍ଧି କମ୍ କରିବା , ସମସ୍ତଙ୍କ ପରିବାର କୁ ମାସକୁ ୧୦ ହଜାର ଟଙ୍କା ଲେଖାଏଁ ଦେବା ଏବଂ ଲକ୍ ଡାଉନ୍ ସମୟରେ ସମସ୍ତଙ୍କୁ ରିଲିଫ୍ ଯୋଗେଇ ଦେବା ପାଇଁ ଦାବି କରି କେନ୍ଦ୍ରୀୟ ଶ୍ରମିକ ସଂଗଠନ ମାନଙ୍କର ମିଳିତ ଆହ୍ୱାନ କ୍ରମେ ଜୟପୁର ମୁଖ୍ୟ ଟ୍ରାଫିକ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ସମସ୍ତ ଶ୍ରମିକ ସଂଗଠନ ର ନେତା ଓ କର୍ମୀ ମାନେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ