ଶ୍ରମ ଅଧିକାରୀଙ୍କ ଅଫିସ୍ ନିର୍ମାଣ ଶ୍ରମିକଙ୍କ ଦ୍ୱାରା ଘେରାଉ ଓ ୨୩ଦଫା ଦାବିପତ୍ର ପ୍ରଦାନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସାରା ରାଜ୍ୟରେ ଜିଲ୍ଲା ଶ୍ରମ ଅଧିକାରୀମାନଙ୍କ ଅଫିସ୍ ଘେରାଉ କରିବା ସହିତ ନିର୍ମାଣ ଶ୍ରମିକମାନଙ୍କ ୨୩ ଦଫା ଦାବି ପୂରଣ ପାଇଁ ଦାବୀ ପତ୍ର ପ୍ରଦାନ କରିବା ସହ ରାଜ୍ୟ ସଂଘର ନିଷ୍ପତ୍ତିକ୍ରମେ ଭୁବନେଶ୍ୱର ଜିଲ୍ଲା ଶ୍ରମ ଅଧିକାରୀଙ୍କ ଅଫିସ୍କୁ ଶତାଧିକ ନିର୍ମାଣ ଶ୍ରମିକ ଘେରାଉ କରିବା ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତୁରନ୍ତ ନିର୍ମାଣ ଶ୍ରମିକ ବୋର୍ଡ଼ ଗଠନ, ସାମାଜିକ ସୁରକ୍ଷା, ଲକ୍ଷାଧିକ ଶ୍ରମିକମାନଙ୍କ ନାମ ପଞ୍ଜିକରଣ କରିବା ପାଇଁ ପଡ଼ି ରହିଥିବା ଦରଖାସ୍ତଗୁଡ଼ିକ କାର୍ଯ୍ୟକାରୀ କରିବା ସହିତ ପଡ଼ି ରହିଥିବା ସହାୟତା ରାଶି ପ୍ରଦାନ, ବାସଗୃହ ଯୋଗାଣ ଓ ସହାୟତା, ସମସ୍ତ ରୋଗ ପାଇଁ ମାଗଣା ଚିକିତ୍ସା ସହାୟତା, ପେନ୍ସନ ୬୦୦୦ ଟଙ୍କା, ଶିକ୍ଷାବୃତ୍ତି ବୃଦ୍ଧି ଇତ୍ୟାଦି ଦାବୀ ପତ୍ର ଉପରେ ଜିଲ୍ଲା ଶ୍ରମ ଅଧିକାରୀ ଆଲୋଚନା କରିଥିଲେ ଏବଂ ଖୁବ୍ ଶୀଘ୍ର ଦାବୀ ପୂରଣ କରାଯିବ ବୋଲି ଉପସ୍ଥିତ ଥିବା ବିକ୍ଷୋଭକାରୀ ମାନଙ୍କୁ ପ୍ରତିଶ୍ରତି ଦେଇଥିଲେ । ବିଶିଷ୍ଟ ଶ୍ରମିକ ନେତା ନବ ମହାନ୍ତି, ସମ୍ପାଦକ ସୁରେଶ ରାଉତରାୟ, ବିକ୍ରମ ନାୟକ, ସୁରେଶ ଦାସ, ବସନ୍ତ ସାହୁ, ପ୍ରଦୀପ ନାୟକ, ରାଜ୍ୟ ସି.ଆଇ.ଟି.ୟୁ ତରଫରୁ ପୂର୍ଣ୍ଣଚନ୍ଦ୍ର ପାଢୀ, ରମେଶ ଜେନା ପ୍ରମୁଖ ବିକ୍ଷୋଭକାରୀଙ୍କୁ ଉଦ୍ବୋଧନ ଦେଇଥିଲେ ।