ଶ୍ରମ ମନ୍ତ୍ରୀଙ୍କ ଦ୍ୱାରା ବୁଦ୍ଧଖୋଲ ପ୍ରକୃତି ଉଦ୍ୟାନ ଲୋକାର୍ପିତ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜକବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ନିର୍ମିତ ବୁଦ୍ଧଖୋଲ ପ୍ରକୃତି ଉଦ୍ୟାନ(ଇକୋ ପାର୍କ) ମଇ ୫ ତାରିଖ ଦିନ ଲୋକାର୍ପିତ ହୋଇଯାଇଛି। ଗତ ଏପ୍ରିଲ ୨୬ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସ ମାଧ୍ୟମରେ ବୁଦ୍ଧଖୋଲ ପ୍ରକୃତି ଉଦ୍ୟାନକୁ ଉଦଘାଟନ କରିଥିଲେ। ମଇ ୫ ତାରିଖ ଦିନ ଓଡିଶା ସରକାରଙ୍କ ମାନ୍ୟବର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଲୋକାର୍ପିତ ହୋଇଥିଲା। ଇକୋ ପାର୍କର ଏହି ଲୋକାର୍ପିତ କାର୍ଯ୍ୟକ୍ରମରେ ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ସୁଦର୍ଶନ ବେହେରା, ନିକଟରେ ଅବସର ଗ୍ରହଣ କରିଥିବା ପୂର୍ବତନ ବନଖଣ୍ଡ ଅଧିକାରୀ ଦିଲ୍ଲୀପ କୁମାର ରାଉତ, ସହକାରୀ ବନ ସଂରକ୍ଷକ ପ୍ରଭାକର ନାୟକ, ବୁଗୁଡା ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ସମେତ ବୁଗୁଡା ବନାଞ୍ଚଳ ଅଧୀନସ୍ଥ ସମସ୍ତ ବନ ବିଭାଗ କର୍ମଚାରୀ, ବୁଦ୍ଧଖୋଲ ଉନ୍ନୟନ ସମିତିର ସଦସ୍ୟ ଓ ଲୋକପ୍ରତିନିଧି ସୁରେଶ ଚନ୍ଦ୍ର ଦାଶ, ବିଶ୍ୱ ମୋହନ ମିଶ୍ର, କେ.ନୀଳମାଧବ ଆଚାରୀ, ଏନଏସି ଉପାଧ୍ୟକ୍ଷା ଗୀତାଞ୍ଜଳୀ ପାଢ଼ୀ, କେ.ତ୍ରିଲୋଚନ ଦୋରା, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ସୁଧାଂଶୁ ଶେଖର ପାଢ଼ୀ, ମନୋରଞ୍ଜନ ଦାଶ, କବିରାଜ ଗୌଡ଼ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତି ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ