ଶ୍ରମ ମନ୍ତ୍ରୀ ଉଦଘାଟନ କଲେ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ମହାବୀର ୱାରିଅର କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ରାଜ୍ୟ ସରକାରଙ୍କ ମାନ୍ୟବର ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିବା ଜଣାପଡିଛି। ମାନ୍ୟବର ଶ୍ରମ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବୁଗୁଡା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କେ.ନୀଳମାଧବ ଆଚାରୀ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ମାଣିତରା ସେବା ସମବାୟ ସମିତି ସଭାପତି ବବୁଲ ନାୟକ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନ, ମାଣିତରା ସରପଞ୍ଚ ପ୍ରକାଶ ବେହେରା, ସମିତି ସଭ୍ୟ ଜୟଦେବ ପ୍ରଧାନ, ସମାଜସେବୀ ପ୍ରଫୁଲ କୁମାର ପଣ୍ଡା, ସୁବ୍ରତ ରାଖଲ ଦାସ, ଓ ସ୍ୱରୂପ ସୁମନ ମହାରଣା, ୱାର୍ଡ ସଭ୍ୟ ସନ୍ତୋଷ କୁମାର ପ୍ରଧାନ ଓ ଜଗନ୍ନାଥ ଖଟୁଆ ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ମାଣିତରା କ୍ରିକେଟ ଟିମର ମାଧବ, ପପୁ, ମଣ୍ଟୁ, ତିଳକ, ଚନ୍ଦନ, ରୁଦ୍ର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ